Categories: ଜାତୀୟ

ମୋଦିଙ୍କ ଦାଢ଼ି ବଢୁଛି, ଦେଶର ଜିଡ଼ିପି କମୁଛି: ଶଶି ଥରୁର୍‌

ନୂଆଦିଲ୍ଲୀ,୩।୩: କଂଗ୍ରେସ ପକ୍ଷରୁ ଶଶି ଥରୁର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାଗେର୍ଟ କରି ଟୁଇଟରରେ ଏକ ରୋଚକ ଗ୍ରାଫିକ୍ସ୍‌ ଅପଲୋଡ୍‌ କରିଛନ୍ତି। ସେ ମୋଦିଙ୍କ ଦାଢ଼ିକୁ ନେଇ କହିଛନ୍ତି ଯେ, ଦେଶର ଜିଡ଼ିପି କମି ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ଦାଢ଼ି ବଢ଼ିବାରେ ଲାଗିଛି। ମୋଦିଙ୍କ ବଢୁଥିବା ଦାଢ଼ି ସହିତ ତାଳ ଦେଇ ଦେଶର ଜିଡ଼ିପି ହାର କମି ଚାଲିଛି। ୨୦୧୭-୧୮ର ଚତୁର୍ଥ ତ୍ରୟମାସରେ ଜିଡ଼ିପି ହାର ୮.୧ ପ୍ରତିଶତ ଥିଲା। ସେତେବେଳେ ମୋଦିଙ୍କ ଦାଢ଼ିର ଲମ୍ବ କମ୍‌ ଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଡ଼ିପି ହାର ହ୍ରାସ ପାଇ ୪.୫ ପ୍ରତିଶତରେ ପହଞ୍ଚିଥିଲା। ମାତ୍ର ସେତେବେଳେକୁ ମୋଦିଙ୍କ ଆହୁରି ବଢ଼ିଥିବା ଥରୁର୍‌ କହିଛନ୍ତି। ଏବେ ଏହି ଗ୍ରାଫିକ୍ସ୍‌ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share