କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି।

ରୋଗର ପରୀକ୍ଷା, ଯାଞ୍ଚ ଏବଂ ନିଦାନରେ ଏହି ଅର୍ଥ ବ୍ୟୟକରାଯିବ। କ୍ୱାଡ୍‌ ସମ୍ମିଳନୀ ଅବସରରେ କ୍ୟାନ୍‌ସର ମୁନ୍‌ଶୁଟ୍‌ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରୋକ୍ତ ସହାୟତା ଘୋଷଣା କରିଛନ୍ତି। ଇଣ୍ଡୋ-ପାସିଫିକ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସରରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କ୍ୱାଡ୍‌ କ୍ୟାନ୍‌ସର ମୁନ୍‌ଶୁଟ୍‌ ଏକ ଐତିହାସିକ ସହଭାଗିତା ବୋଲି ମୋଦି କହିଥିଲେ।

Share