ଚଣ୍ଡିଖୋଲରେ ମୋଦିଙ୍କ ବଡ ଗ୍ୟାରେଣ୍ଟି, ମିଳିବ ୩୦୦ୟୁନିଟ ମାଗଣା ବିଜୁଳି

ଭୁବନେଶ୍ୱର,୫।୩: ଚଣ୍ଡିଖୋଲରେ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ‘ଜୟ ଜଗନ୍ନାଥ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ସଭାରେ ଯୋଗଦେଇ ସେ କହିଛନ୍ତି, ଦେଶ ପାଇଁ ଜୀବନ ସମର୍ପିତ କରିଥିବା ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଜୟନ୍ତୀ । ପୂରା ଦେଶ ବିଜୁ ବାବୁଙ୍କୁ ମନେ ପକାଉଛି । ସମାବେଶରେ ଏତେ ବିଶାଳ ସଂଖ୍ୟାରେ ଲୋକେ ଆସିବା ଦର୍ଶାଉଛି ଯେ ପୂର୍ବ ଭାରତର ମୁଡ କଣ ଅଛି । ସମସ୍ତେ ସଂକଳ୍ପ ନେଇ ଆସିଛନ୍ତି ଅବକି ବାର୍‌ ୪୦୦ ପାର । ଏହି ସଂକଳ୍ପ ଭାରତକୁ ତୃତୀୟ ବୃହତ୍ତ ଅର୍ଥନୈତିକ ଦେଶ ଭାବେ ଉଭା କରିବ । ଚାଷୀ, ଯୁବକ, ନାରୀଶକ୍ତି ଏବଂ ଗରିବଙ୍କ ଜୀବନ ବଦଳାଇବ। ୪୦୦ ପାର୍‌ର ଏହି ସଂକଳ୍ପ ଦେଶରେ ଦୃଢ ନିଷ୍ପତ୍ତି ନେଉଥିବା ସରକାର ଗଠନ ସହ ଓଡିଶାର ଭୂମିକା ଯଥେଷ୍ଟ ଅଧିକ ରହିବ ।

ମୋଦି ଆହୁରି କହିଛନ୍ତି, ସ୍ବାଧୀନତା ପରେ କଂଗ୍ରେସ ଦେଶରେ ଏମିତି ବ୍ୟବସ୍ଥା ସୃଷ୍ଟି କରିଛି ଯାହା ଗରିବ, ଯୁବକ ଓ ଆଦିବାସୀଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିଛି । ସବୁ କ୍ଷେତ୍ରରେ କଂଗ୍ରେସ ଗ୍ୟାରେଣ୍ଟି ଖୋଜୁଥିଲା । କିନ୍ତୁ ୨୦୧୪ ପରେ ଏକ ଗରିବର ପିଲା କେନ୍ଦ୍ରରେ ସରକାର ଗଢିଲା । ଗରିବର ପିଲା ପ୍ରଧାନମନ୍ତ୍ରୀ ହୋଇ ଗରିବଙ୍କ ଗ୍ୟାରେଣ୍ଟି ସାଜି ଉଭା ହୋଇଛି । ବିନା ଗ୍ୟାରେଣ୍ଟିରେ ଗରିବଙ୍କୁ ବିନା ସୁଧରେ ଋଣ ଦେଉଛୁ । ଆଜି ଗରିବଙ୍କ ଆତ୍ମବିଶ୍ୱାସ ବଢିଛି । ସମସ୍ତଙ୍କର ବିଶ୍ୱାସ ବଢିଛି ଯେ, ଗରିବର ସାଥୀ ହେଉଛି ମୋଦି ।

ବର୍ତ୍ତମାନ ଗରିବଙ୍କ ପାଖରେ ସବୁ ସରକାରୀ ଯୋଜନାର ଲାଭ ପହଞ୍ଚି ପାରୁଛି । ପକ୍କାଘର, ପାନୀୟ ଜଳ ଟ୍ୟାପ କନେକ୍ସନ, ଇନ୍ଧନ ଗ୍ୟାସ ଯାହା ପୂର୍ବରୁ ସ୍ବପ୍ନ ଥିଲା କିନ୍ତୁ ଏବେ ତାହା ପୂରଣ ହୋଇଛି । ଯେଉଁଠି ସବୁ ଆଶା ମଉଳିଯାଏ ସେଠାରେ ମୋଦି ଗ୍ୟାରେଣ୍ଟି ଆରମ୍ଭ ହୁଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦିଙ୍କ ଗ୍ୟାରେଣ୍ଟି ହେଉଛି ମୁକ୍ତ ବିଜୁଳି, ଜିରୋ ବିଲ । ଏଥିପାଇଁ ଭାଜପା ସରକାର ପିଏମ ସୂର୍ଯ୍ୟଘର ଯୋଜନା ଆରମ୍ଭ କରିଛନ୍ତି । ପ୍ରତି ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ମିଳିବ । ପ୍ରତି ପରିବାର ନିଜର ଆବଶ୍ୟକତା ପୂରଣ କରିବା ସହ ସରକାରଙ୍କୁ ବିଦ୍ୟୁତ ବିକ୍ରି କରିପାରିବେ । ଚାଷୀ ଭାଇ ମଧ୍ୟ ଖାଲି ପଡିଥିବା ଜମିରେ ସୋଲାର ପ୍ୟାନେଲ ବସାଇ ବିଦ୍ୟୁତ ଉତ୍ପାଦନ କରିପାରିବେ ।

ଗ୍ୟାରେଣ୍ଟି ସମାବେଶରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ମେଣ୍ଟ ଉପରେ ଗର୍ଜିଛନ୍ତି। ସେ କହିଛନ୍ତି, ଇଣ୍ଡିଆ ମେଣ୍ଟର ନେତା କାନ ଖୋଲିକି ଶୁଣନ୍ତୁ, ଆପଣଙ୍କର ବିଚାରଧାରା ହେଉଛି ପରିବାରବାଦ ପ୍ରଥମ କିନ୍ତୁ ମୋଦିଙ୍କର ବିଚାରଧାରା ହେଉଛି ଦେଶ ପ୍ରଥମ । ସେମାନେ ପରିବାରର ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି କିନ୍ତୁ ମୋଦି ଦେଶବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି । ଇଣ୍ଡିଆ ଗଠବନ୍ଧନ ଚାହୁଁଛି ମୋଦିଙ୍କୁ ହଟାଇବାକୁ କିନ୍ତୁ ମୋର ଲକ୍ଷ୍ୟ ହେଉଛି ଭାରତକୁ ତୃତୀୟ ସର୍ବବୃହତ ଅର୍ଥନୈତିକ ଦେଶ ଭାବେ ଛିଡା କରିବା ବୋଲି ମୋଦି ଗ୍ୟାରେଣ୍ଟି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri