ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି ମୋଦି।

ସେ କହିଛନ୍ତି, ଓଡିଶାରେ ବିପୁଳ ସମର୍ଥନ ମିଳୁଛି। ପୂର୍ବରୁ ଓଡ଼ିଶାରେ ଏପରି ଜନ ସମାଗମ ଓ ଉତ୍ସାହ ଦେଖି ନ ଥିଲି। ରାଜ୍ୟରେ ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସିବାକୁ ଯାଉଛି। ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି। ସେହିପରି ମେଣ୍ଟ ଆଲୋଚନା ନେଇ ସ୍ପଷ୍ଟ ମତ ରଖିଛନ୍ତି ମୋଦି। ସେ କହିଛନ୍ତି, ଆମେ ଦୁଇଟି ଅଲଗା ଦଳ। ସଂସଦରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ମିଳିଛି। ବିଧାନସଭାରେ ଆମର ଲଢେଇ ଜାରି ରହିଛି। କାରଣ ଓଡ଼ିଶାର ଅସ୍ମିତା ଏଠାରେ ବିପଦରେ ପଡିଛି। କିନ୍ତୁ ପଦ୍ମ ଫୁଟାଇବା ପାଇଁ ଆମେ ପ୍ରତିବଦ୍ଧ ବୋଲି ମୋଦି କହିଛନ୍ତି।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ଶୋ’ ସାରି ରାଜଭବନରେ ପହଞ୍ଚିଛନ୍ତି। ଆଜି ସେଠାରେ ରାତ୍ରଯାପନ କରିବେ। ଆସନ୍ତାକାଲି ସେ ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ ଆୟୋଜିତ ଜନ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share