Categories: ଜାତୀୟ

ପଚି ଯାଇଛି ମୋଦିଙ୍କ ମସ୍ତିଷ୍କ, ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନକୁ ନେଇ ସରଗରମ ରାଜନୀତି

ନୂଆଦିଲ୍ଲୀ,୧୬।୯: ନିଜର ବେକବୁ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି।
ପିଏମ ମୋଦିଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ତାଙ୍କର ମାନସିକ ସନ୍ତୁଳନ ଭଲ ନୁହେଁ। ଏହା ବ୍ୟତୀତ ସେ ନିର୍ବାଚନ ଆୟୋଗକୁ ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲକ୍ଷ୍ୟ କରି ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ କ’ଣ କହିବେ ତାହା ଜାଣି ନାହାଁନ୍ତି। ତାଙ୍କର ମାନସିକ ସନ୍ତୁଳନ ଖରାପ ହୋଇଯାଇଛି। ତାଙ୍କ ମନ ସଢି ଯାଇଛି। କୌଣସି ଯୋଜନା ଯଦି ଝାଡ଼ଖଣ୍ଡରେ ଭୁଲ, ତେବେ ମହାରାଷ୍ଟ୍ରରେ ଏହା କିପରି ଠିକ?
ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, ଏହି ଦେଶରେ ନିର୍ବାଚନ ଆୟୋଗ ଆଉ ସ୍ବାଧୀନ ନୁହଁନ୍ତି। କେବଳ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ଘୋଷଣା କରିବେ। ରାଜ୍ୟରେ ପୌରସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେଉନାହିଁ। କାରଣ ନିର୍ବାଚନ କମିଶନ ଜାଣନ୍ତି ଯେ ଭାଜପା ହାରିବାକୁ ଯାଉଛି।

Share