ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ନାନା ଚର୍ଚ୍ଚା ଜାରି ରହିଛି। କ୍ୟାବିନେଟ୍ରେ କେଉଁମାନଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ତେବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ନାରାୟଣ ରାଣେ, ସର୍ବାନନ୍ଦ ସୋନେ ଓ୍ବାଲ, କପିଲ ପାଟିଲ୍, ଡ. ଭାଗବତ କରାଡ଼, ରଣଜୀତ୍ ସିଂ ନିବାଲକର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି ପାରସ୍ ପ୍ରମୁଖଙ୍କ ପାଖକୁ ଫୋନ୍ କରାଯାଇଛି। ସେମାନଙ୍କୁ ଦିଲ୍ଲୀ ଆସିବାକୁ କୁହାଯାଇଛି। ତେବେ ମଙ୍ଗବାର ହେବାକୁଥିବା ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବାତିଲ କରାଯାଇଛି। ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ନଡ୍ଡାଙ୍କ ସମେତ ଅନ୍ୟ ନେତା ଯୋଗଦେବାର କାର୍ଯ୍ୟକ୍ରମ ଥିଲା।