Categories: ବାଣିଜ୍ୟ

ଭାରତରେ ନିବେଶ ଲାଗି ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ: ଭାରତରେ ନିବେଶ କରିବା ଲାଗି ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରୀୟ ନିବେଶକଙ୍କୁ ଆହ୍ବାନ ଜଣାଇଛନ୍ତି। ଦୀର୍ଘ ମିଆଦିରେ ରିଟର୍ନ ଲାଭ କରିବା ଦିଗରେ ଭାରତ ଏକ ପ୍ରମୁଖ ନିବେଶ ସ୍ଥଳ । ସାରା ବିଶ୍ୱରେ ଭାରତ ଏଭଳି ଏକମାତ୍ର ଦେଶ ଯେଉଁଠାରେ କର୍ପୋରେଟ ଟିକସ ସବୁଠାରୁ କମ୍‌ ବୋଲି ଭର୍ଚୁଆଲ ଗ୍ଲୋବାଲ ଇନଭେଷ୍ଟର୍ସ ରାଉଣ୍ଡ ଟେବୁଲ ଅବସରରେ ଅଭିଭାଷଣ ରଖି ମୋଦି ଏହା କହିଛନ୍ତି। ସେ ପୁଣି କହିଛନ୍ତି, ଭରଷା ସହ ରିଟର୍ନ ଲାଭ କରିବା ଲାଗି ନିବେଶକ ଯଦି ଆଶା ରଖି ଥାନ୍ତି ତେବେ ଭାରତ ଏଥି ଲାଗି ପ୍ରକୃଷ୍ଟ ସ୍ଥାନ। ଗଣତନ୍ତ୍ର ସହ ବଜାର ଚାହିଦା, ସ୍ଥାୟିତ୍ୱ, ନିରନ୍ତରତା ଏବଂ ଅଭିବୃଦ୍ଧି ଦିଗରେ ଗତି କରୁଥିବା ଦେଶ ହେଉଛି ଭାରତ। ସେହିଭଳି ଭାରତରେ ଚାହିଦା ଏବଂ ବିଭିନ୍ନତାର ସମ୍ମିଶ୍ରଣ ରହି ଆସିଛି। ଏହାକୁ ନିବେଶକ ଏକ ଭିନ୍ନ ବଜାର ଭାବେ ବିଚାର କରିପାରିବେ। ଗୋଟିଏ ଦେଶ ମଧ୍ୟରେ ବିଭିନ୍ନ ବର୍ଗରେ ବଜାର, ପସନ୍ଦ, ପାଣିପାଗ, ସ୍ତର, ଉନ୍ନତିର ସ୍ତର ନିବେଶକ ଲାଭ କରିପାରିବେ। ବିଶ୍ୱର ଆର୍ଥତ୍କ ଅଭିବୃଦ୍ଧିରେ ଭାରତର ଯୋଗଦାନ ଏବେ ବଢୁଥିବା ମୋଦି ଭରସା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରମୁଖ ୨୦ ଇନଷ୍ଟିଚ୍ୟୁଶନାଲ ଇନଭେଷ୍ଟର୍ସ ଯୋଗଦେଇଥିଲେ। ଏହି ପେନଶନ ଏବଂ ସୋଭରେନ୍‌ ଓ୍ବେଲଥ ଫଣ୍ଡ ମୋଟ ସମ୍ପତ୍ତି ପରିଚାଳନା(ଏୟୁଏମ୍‌) ୬ ଲକ୍ଷ କୋଟି ଡଲାର ରହିଛି।

Share