ନୂଆଦିଲ୍ଲୀ: ସ୍ଥାନୀୟ ଅର୍ଥ ବ୍ୟବସ୍ଥାର ବିକାଶ ଲାଗି ଯୋଗଦାନ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ଦିଓ୍ବାଲିରେ ଲୋକମାନେ ସ୍ଥାନୀୟ ସାମଗ୍ରୀକୁ ବ୍ୟବହାର କରିଥିବାରୁ ଏହାକୁ ନେଇ ମୋଦି ଖୁସି ବ୍ୟକ୍ତ କରିଛନ୍ତି। ‘ଭୋକାଲ ଫର୍ ଲୋକାଲ’ ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଛନ୍ତି।