Categories: ଜାତୀୟ

ମୋଦିଙ୍କ ଦାଦାଗିରି ଅସହ୍ୟ ହେବାରେ ଲାଗିଛି: ସଞ୍ଜୟ ସିଂ…

ନୂଆଦିଲ୍ଲୀ,୨୪।୫ : ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ ପଲିସିରେ ହୋଇଥିବା ସ୍କାମକୁ ନେଇ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ ଜାରି ରହିଛି। ସଦ୍ୟତମ ମାମଲାରେ ବରିଷ୍ଠ ଆମ ଆଦମୀ ପାର୍ଟି ନେତା ତଥା ଏମପି ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିବାକୁ ଇଡି (ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ) ଦଳ ବୁଧବାର ଦିଲ୍ଲୀରେ ପହଞ୍ଚିଛି।
ଏ ସମ୍ପର୍କରେ ସଞ୍ଜୟ ସିଂ କହିଛନ୍ତି ଇଡି ଟିମ ତାଙ୍କ ସହଯୋଗୀ ଅଜିତ ତ୍ୟାଗୀ ଏବଂ ସର୍ବେଶ ମିଶ୍ରଙ୍କ ଘର ଉପରେ ଚଢ଼ାଉ କରୁଛନ୍ତି।

ଇଡିର କାର୍ଯ୍ୟକଳାପ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା ଏଏପି ନେତା କହିଛନ୍ତି, ମୋଦିଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି। ମୁଁ ମୋଦିଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଲଢୁଛି। ଇଡିର ମିଥ୍ୟା ଅନୁସନ୍ଧାନ ସମଗ୍ର ଦେଶରେ ଜାରି ରହିଛି। ଏନେଇ ଲୋକଙ୍କ୍‌ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସର୍ବେଶଙ୍କ ପିତା କର୍କଟ ରୋଗରେ ପୀଡିତ। କିନ୍ତୁ ଭାଜପା ସରକାର ଜାଣିଶୁଣି ସେମାନଙ୍କୁ ମିଥ୍ୟା ଆରୋପରେ ଫସାଇଛି। ଭାଜପା ସରକାର ଯେତେ ହଇରାଣ କଲେ ମଧ୍ୟ ତାଙ୍କ ବିରୋଧରେ ଆମର ସଂଗ୍ରାମ ଜାରି ରହିବ।

Share