Categories: ଜାତୀୟ

ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗ: ବିରୋଧୀ ଶିବିର ଦୁଇଫାଳ…

ମୁମ୍ବାଇ,୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠପଢ଼ା ଡିଗ୍ରୀ ନେଇ ଶିବସେନା ଉଦ୍ଧବ ଠାକରେ ଦଳ ଏବଂ ଏନସିପି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଉଦ୍ଧବ ଠାକରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଆମ ଦେଶରେ ବହୁ ଯୁବବର୍ଗ ନିଜ ନିଜ ପାଠପଢ଼ା ଡିଗ୍ରୀ ହାତରେ ନେଇ ଚାକିରି ଖୋଜି ଶେଷରେ ନିରାଶ ହୋଇ ବେକାର ବସିଛନ୍ତି।

କିନ୍ତୁ ଆମ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଡିଗ୍ରୀ ଦେଖାଇବାକୁ କହିଲେ, କହିଥିବା ଲୋକଙ୍କୁ ୨୫ ହଜାର ଟଙ୍କା ଜରିମାନା କରାଯାଉଛି। ଏହା ଅତ୍ୟନ୍ତ ନିନ୍ଦନୀୟ କଥା। ମନ୍ତ୍ରୀ ହେବା ପରେ ମୁଁ ପାଠପଢ଼ିଥିବା ଜୟନ୍ତ ପାଟିଲ ବାଲମୋହନ ବିଦ୍ୟାମନ୍ଦିରର ସଦସ୍ୟମାନେ ବେଶ୍‌ ଗର୍ବ ଅନୁଭବ କରିଥିଲେ। ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ସ୍କୁଲ ଅବା କଲେଜ ତ କାହିଁ କେବେ ଗର୍ବ ଅନୁଭବ କରିଥିବାର ଖବର ମିଳି ନାହିଁ।

ତେବେ ଉଦ୍ଧବଙ୍କ ମନ୍ତବ୍ୟ ପରେ ଏନସିପି ନେତା ଅଜିତ ପାଓ୍ବାରଙ୍କ ମନ୍ତବ୍ୟ ଆସିଛି। ସେ କହିଛନ୍ତି, ମନ୍ତ୍ରୀ ହେବାରେ ଡିଗ୍ରୀର କିଛି ଭୂମିକା ନାହିଁ। ଏହି ପ୍ରସଙ୍ଗ ସେଭଳି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଲୋକେ କୌଣସି ନେତାଙ୍କୁ ତାଙ୍କ ଡିଗ୍ରୀ ଦେଖି ଭୋଟ ଦେଇ ନ ଥାନ୍ତି। ୨୦୧୪ରେ ଲୋକେ ମୋଦିଙ୍କୁ ତାଙ୍କ ଲୋକପ୍ରିୟତା ଦେଖି ଭୋଟ ଦେଇଥିଲେ। ଏତେ ବର୍ଷ ପରେ ତାଙ୍କ ଡିଗ୍ରୀ ପ୍ରସଙ୍ଗ ଉଠାଇବାର କୌଣସି କାରଣ ନାହିଁ। ଏହା ସମ୍ପୂର୍ଣ୍ଣ ଅର୍ଥହୀନ ପ୍ରସଙ୍ଗ।

Share