ପୂରଣ ହେବନି ମୋଦିଙ୍କ ସ୍ବପ୍ନ: ସ୍ଲୋଗାନ୍‌ରେ ରହିଯିବ ‘ଅବ୍‌ କି ବାର୍‌ ୪୦୦ ପାର୍‌’

ଭୁବନେଶ୍ୱର,୯ା୪(ଅନିଲ ଦାସ):ଚଳିତ ନିର୍ବାଚନରେ ଏନ୍‌ଡିଏ ୪୦୦ ସିଟ୍‌ ପାଇବା ନେଇ ଯେଉଁ ସ୍ଲୋଗାନ ଦେଉଛି ତାହା ସମ୍ଭବ ହେବ ନାହିଁ। ସେହିପରି ଭାଜପା ୩୭୦ ଆସନ ଛୁଇଁ ନ ପାରେ ବୋଲି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ଆକଳନ କରିଛନ୍ତି। ଭାଜପା କିମ୍ବା ପ୍ରଧାନମନ୍ତ୍ରୀ ଅପରାଜୟ ନୁହନ୍ତି। ବିରୋଧୀ ଦଳଗୁଡ଼ିକ ସୁଯୋଗକୁ ହାତଛଡ଼ା କରିବା ସହ ଆଳସ୍ୟତା ଓ ଭୁଲ୍‌ ରଣକୌଶଳ ଯୋଗୁ ଭାଜପାକୁ ପରାଜୟ କରିବାରେ ସକ୍ଷମ ହୋଇପାରୁନାହାନ୍ତି ବୋଲି ପ୍ରଶାନ୍ତ ପିଟିଆଇକୁୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି।
ଏପ୍ରିଲ ୧୯ରୁ ଆରମ୍ଭ ହେଉଥିବା ଲୋକ ସଭା ନିର୍ବାଚନରେ ଉତ୍ତର ଏବଂ ପଶ୍ଚିମ ଭାରତ ରାଜ୍ୟଗୁଡ଼ିକରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ୧୦୦ ସିଟ୍‌ରେ ହରାଇବା ନେଇ ଭାଜପା ଯେଉଁ ଆକଳନ କରିଛି ତାହା ହେବନାହିଁ। ତେବେ ଭାଜପା ଏଠାରେ ନିଜର ପୂର୍ବ ସ୍ଥିତି ବଜାୟ ରଖିବାରେ ସଫଳ ହୋଇପାରିବ। ସେହିପରି ଦକ୍ଷିଣ ଏବଂ ପୂର୍ବ ଭାରତରେ ଭାଜପାର ଭୋଟ ପ୍ରତିଶତ ବଢ଼ିବ ବୋଲି ସେ ଆକଳନ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ପୁଣିଥରେ ଶାସନକୁ ଫେରିବା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପାଇଁ କଷ୍ଟକର ହେବ। ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଭଳି ଜଗନ ଲୋକମାନଙ୍କ ଆଶାକୁ ପୂରଣ କରିବା ଅକ୍ଷେପା କେବଳ ପ୍ରୋଭାଇଡର ମୋଡ୍‌ରେ ରହୁଥିବାରୁ ଆସନ୍ତା ନିର୍ବାଚନରେ ବିଜୟ ତାଙ୍କ ପାଇଁ ସହଜ ହେବ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି।
ଅନ୍ୟପକ୍ଷରେ ପ୍ରଶାନ୍ତ କିଶୋରଙ୍କ ଆକଳନ ଓଡ଼ିଶାର ଭାଜପା ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି। ପ୍ରଶାନ୍ତ କହିଛନ୍ତି, ଓଡ଼ିଶା ଏବଂ ପଶ୍ଚମବଙ୍ଗରେ ଭାଜପା ୧ ନମ୍ବର ଦଳ ଭାବେ ଉଭା ହେବ। ସେହିପରି ତେଲଙ୍ଗାନାରେ ଭାଜପା ୧ କିମ୍ବା ୨ ନମ୍ବର ସ୍ଥାନରେ ରହିବ ଏବଂ ତାମିଲନାଡୁରେ ଦଳର ଭୋଟ ପ୍ରତିଶତ ଦୁଇ ସଂଖ୍ୟା ବିଶିଷ୍ଟ ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ସୂଚନାଥାଉ କି, ତେଲଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର ଓ କେରଳରେ ୨୦୪ ଲୋକସଭା ସିଟ୍‌ରୁ ୨୦୧୪ କିମ୍ବା ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ୫୦ ଆସନ ପାଇବାରେ ସଫଳ ହୋଇପାରି ନ ଥିଲା। ୨୦୧୪ରେ ଉକ୍ତ ରାଜ୍ୟଗୁଡ଼ିକରୁ ୨୯ ଓ ୨୦୧୯ରେ ୪୭ ଆସନ ପାଇବାରେ ଭାଜପା ସମର୍ଥ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri