ମୋଦିଙ୍କ ପାଦ ଛୁଇଁଲେ ଅନ୍ତର୍ଜାତୀୟ ଗାୟିକା ମେରି ମିଲବେନ

ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ରୁ ୧୩ଜୁନ ମଧ୍ୟରେ ତିନି ଦିନିଆ ଆମେରିକା ଗସ୍ତରେ ଥିଲେ। ବର୍ତ୍ତମାନ ସେ ଇଜିପ୍ଟ ଗସ୍ତରେ ବାହାରିଛନ୍ତି। ଆମେରିକା ଗସ୍ତ ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ତାଙ୍କର ଗସ୍ତର ଶେଷ ଦିନରେ ସେ ରାଜଧାନୀ ୱାଶିଂଟନର ରୋନାଲ୍ଡ ରିଗନ ବିଲଡିଂରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଆରପିଏକୁ ସମ୍ବୋଧିତ କରିଥିଲେ। ଏଠାରେ ତାଙ୍କ କାର୍ଯ୍ୟକ୍ରମରେ ଜାତୀୟ ସଂଗୀତ ଗାଇବାକୁ ଆସିଥିବା ଅନ୍ତର୍ଜାତୀୟ ଗାୟିକା ମେରି ମିଲବେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଜନ ଗଣ ମନ ଗାଇଥିଲେ। ଏହି ସମୟରେ ସେ ପିଏମ ମୋଦିଙ୍କ ପାଦ ଛୁଇଁଥିଲେ। ମେରି ମିଲବେନ କହିଛନ୍ତି ଯେ ଏଠାରେ ଥିବାରୁ ମୁଁ ଅତ୍ୟନ୍ତ ଗୌରବାନ୍ବିତ। ପ୍ରଧାନମନ୍ତ୍ରୀ ମୋଦି ଜଣେ ଅଦ୍ଭୁତ ଏବଂ ଦୟାଳୁ ବ୍ୟକ୍ତି। ଏହି ସପ୍ତାହରେ ତାଙ୍କ ରାଜକୀୟ ଯାତ୍ରାରେ ସାମିଲ ହେବା ମୋ ପାଇଁ ଗୌରବର ବିଷୟ।

 

Share