Posted inଜାତୀୟ

ନିର୍ବାଚନରେ ଆସନ ସଂଖ୍ୟାକୁ ନେଇ ଆସିଲା ମୋଦିଙ୍କ ପ୍ରଥମ ବୟାନ, କହିଲେ- ନମ୍ବରଗେମ୍‌ ତ…

ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଅନ୍ତିମ କ୍ୟାବିନେଟ ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରିଛନ୍ତି।

ନିର୍ବାଚନରେ ନମ୍ବର ଗେମ୍‌କୁ ନେଇ ମୋଦି କହିଛନ୍ତି, ହାରିବା, ଜିତିବା ରାଜନୀତିର ଏକ ଅଙ୍ଗ। ନମ୍ବର ଗେମ୍‌ ତ ଚାଲିଥାଏ। ମନ୍ତ୍ରୀ ପରିଷଦର ସହଯୋଗୀମାନେ ୧୦ ବର୍ଷ ଧରି ଭଲ କାମ କରିଛନ୍ତି। ଆଗକୁ ମଧ୍ୟ କାମ କରିବୁ। ଆମେ କ୍ଷମତା, ସଂଗଠନ, ପ୍ରତି ସ୍ଥାନରେ ଦେଶବାସୀଙ୍କ ଆଶାକୁ ପୂରଣ କରିଛୁ। ଆଗକୁ ମଧ୍ୟ କରିବୁ। ଆପଣ ସମସ୍ତେ ଭଲ କାମ କରିଛନ୍ତି, କଠିନ ପରିଶ୍ରମ କରିଛନ୍ତି ବୋଲି କହିବା ସହ ମୋଦି ସମସ୍ତଙ୍କ ମନୋବଦଳ ବଢ଼ାଇ ଧନ୍ୟବାଦ ଜଣାଇଛନ୍ତି।

ଲୋକ ସଭା ନିର୍ବାଚନ ୨୦୨୪ ଫଳାଫଳରେ ଭାଜପା ନିଜ ଦମ୍‌ରେ ବହୁମତ ହାସଲ କରିପାରି ନାହିଁ। ହେଲେ ଏନ୍‌ଡିଏ ବହୁମତ ପାଇଛି। ଏହାପରଠାରୁ ପାଟଣା, ହାଇଦ୍ରାବାଦଠାରୁ ଆରମ୍ଭ କରି ଦିଲ୍ଲୀ ଯାଏ ହଲଚଲ ଆରମ୍ଭ ହୋଇଛି। ଦିଲ୍ଲୀରେ ବୈଠକ ପରେ ବୈଠକ ବସୁଛି।

କହିରଖୁଛୁ, ଅନ୍ତିମ ଫଳାଫଳରେ ଏନ୍‌ଡି,କୁ ୨୯୨ ଆସନ ମିଳିଛି। ଅପରପକ୍ଷେ ‘ଇଣ୍ଡିଆ’ ମେଣ୍ଟକୁ ୨୩୪ ଆସନ ମିଳିଛି। ଅନ୍ୟ ଦଳଗୁଡ଼ିକ ୧୭ ଆସନ ଜିତିଛନ୍ତି। ଭାଜପା ଏବଂ କଂଗ୍ରେସ ବିଷୟରେ କହିଲେ ଶାସନ ଦଳକୁ ୨୪୦ ଏବଂ କଂଗ୍ରେସକୁ ୯୯ ଆସନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆର ଟେନ୍‌ସନ୍‌ ବଢିଲା: ରିଷଭ ପନ୍ତଙ୍କ ପରେ ଏହି ଖେଳାଳି ଆହତ

ବେଙ୍ଗାଲୁରୁ,୧୮।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସୱାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ...

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ମୁମ୍ବାଇ,୧୮।୧୦: ଶିବସେନା (ୟୁବିଟି)ର ବରିଷ୍ଠ ନେତାମାନେ ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାର ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଭେଟିଛନ୍ତି।...

ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଲେ ଜାତୀୟ ସୁରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ/ଓଟାଓ୍ବା,୧୮।୧୦: ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦୋଷ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ...

ଭାରତ-କାନାଡା ପରସ୍ପର ଉପରେ ପ୍ରତିବନ୍ଧକ ଲଗାଇଲେ କାହାର ହେବ ବେଶୀ କ୍ଷତି: ଜାଣନ୍ତୁ

ନୂଆଦିଲ୍ଲୀ,୧୮।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri