Categories: ଜାତୀୟ

ଅନୁଚ୍ଛେଦ ୩୭୦ ହଟିବା ପରେ ମୋଦିଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ, ୨୦ ହଜାର କୋଟିର ପରିଯୋଜନା ଉପହାର…

ଶ୍ରୀନଗର, ୨୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜମ୍ମୁ-କଶ୍ମୀରର ସାମ୍ବାରେ ପହଞ୍ଚିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ। ସେ ଏଠାରେ ପ୍ରାୟ ୨୦ ହଜାର କୋଟି ଟଙ୍କା ମୂଲ୍ୟର ପରିଯୋଜନାର ଲୋକାର୍ପିତ କରିଛନ୍ତି। ସେଥିମଧ୍ୟରେ ବାନିହଲ-କାଜିଗୁଣ୍ଡ ସଡକ ଟନେଲର ଉଦଘାଟନ ମଧ୍ୟ ଅନ୍ତର୍ଭୁକ୍ତ।

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସାମ୍ବା ଜିଲାର ପଲ୍ଲୀ ପଞ୍ଚାୟତରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେଠାରୁ ସେ ସାରା ଦେଶରେ ଗ୍ରାମ ସଭାକୁ ସମ୍ବୋଧିତ କରିଛନ୍ତି। ଏଠାରୁ ଦେଶର ପ୍ରତ୍ୟେକ ଜିଲାର ୭୫ ଟି ଜଳାଶୟ ବିକାଶ ତଥା ନବୀକରଣ ପାଇଁ ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଅମୃତ ସରୋବର ନାମକ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାୟ ୧୧ଟା ୫୦ ରେ ଜମ୍ମୁରେ ପହଞ୍ଚିଥିଲେ।

Share