Categories: ଜାତୀୟ

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦିଙ୍କ ଉପହାର, ମହଙ୍ଗା ଭତ୍ତା ୧୭ରୁ ୨୮ ପ୍ରତିଶତକୁ ବୃଦ୍ଧି…

ନୂଆଦିଲ୍ଲୀ,୧୪।୭: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର ଦେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ଲାଗିଥିବା ରୋକ୍‌କୁ ହଟାଇ ନିଆଯାଇଛି। ଏହା ସହିତ ମହଙ୍ଗା ଭତ୍ତାକୁ ୧୮ ପ୍ରତିଶତରୁ ବୃଦ୍ଧି କରାଯାଇ ୨୮ ପ୍ରତିଶତ କରାଯାଇଛି। ଏସମ୍ପର୍କରେ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨୦୨୦ ଜାନୁୟାରୀ ୧, ୨୦୨୦ ଜୁଲାଇ ୧ ଏବଂ ୨୦୨୧ ଜାନୁୟାରୀ ୧ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା ଉପରୁ ରୋକ ହଟାଇ ଦିଆଯାଇଛି। ରୋକ ହଟିବା ପରେ ମହଙ୍ଗା ଭତ୍ତାର ୩ କିସ୍ତିକୁ ମିଶାଇ ୧୧ ପ୍ରତିଶତ ବୃଦ୍ଧି ହୋଇଛି।

ସରକାରଙ୍କ କ୍ୟାବିନେଟ୍‌ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ମାନେ ଉପକୃତ ହେବ। କରୋନା ମହାମାରୀ ସଂକ୍ରମଣ ଯୋଗୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ରୋକ ଲାଗିଥିଲା। ମହଙ୍ଗା ଭତ୍ତାର କିସ୍ତି ପ୍ରତି ୬ ମାସରେ ଜାରି କରାଯାଇଥାଏ।

Share