Categories: ଜାତୀୟ

ଯେ କୌଣସି ସମୟରେ ଭାଙ୍ଗି ପାରେ ମୋଦି ସରକାର, ତାଙ୍କର ଅନେକ ନେତା ରହିଛନ୍ତି ଆମ ସମ୍ପପର୍କରେ: ରାହୁଲ

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ବିଦେଶୀ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ ଏକ ଛୋଟ ଭୁଲ ଯୋଗୁଁ ମୋଦି ସରକାର ଭାଙ୍ଗିଯାଇ ପାରନ୍ତି ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ସରକାର ଚଳାଇବା ପାଇଁ ଭାଜପାକୁ ଛୋଟ ଦଳ ଉପରେ ନିର୍ଭର କରିବାକୁ ପଡିବ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ମୋଦି ଶିବିରରେ ଅନେକ ଅସନ୍ତୋଷ ରହିଛି ଏବଂ ଅନେକ ଲୋକ ତାଙ୍କ ସହ ଯୋଗାଯୋଗ କରୁଛନ୍ତି।

ରାହୁଲ ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନ ଏବଂ ଏହାର ଫଳାଫଳ ବିଷୟରେ ଫଶଇନାନସିୟାଲ ଟାଇମ୍ସର ଦକ୍ଷିଣ ଏସିଆ ବ୍ୟୁରୋ ମୁଖ୍ୟ ଜନ ରିଟଙ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ। ସେ କହିଛନ୍ତି ଯେ ଅପ୍ରତ୍ୟାଶିତ ନିର୍ବାଚନ ଫଳାଫଳ ପରେ ଭାରତୀୟ ରାଜନୈତିକ ପରିସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ସେ ଦାବି କରିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସରକାର ବଞ୍ଚାଇବା ପାଇଁ ଏକ ବଡ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିବ। ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଏକ ଖାଲି ସ୍ଥାନ ଅଛି। ଭାରତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି।
ନିର୍ବାଚନ ଫଳାଫଳ ବିଷୟରେ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାଜପାର ଆସନ ସଂଖ୍ୟା ଏତେ କମ ଯେ ପରିସ୍ଥିତି ଅତ୍ୟନ୍ତ ଜଟିଳ। ଛୋଟ ଛୋଟ ବିଭ୍ରାଟ ସରକାରକୁ ଭାଙ୍ଗିପାରେ। ସମସ୍ତ ସହଯୋଗୀଙ୍କୁ ଅନ୍ୟ ଉପାୟକୁ କରିବାକୁ ହେବ। ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ମୋଦିଙ୍କ ଶିବିରରେ ବହୁତ ଅସନ୍ତୋଷ ରହିଛି ଏବଂ ତାଙ୍କ ସହ ଯୋଗାଯୋଗ କରୁଥିବା ଲୋକ ଅଛନ୍ତି। ତେବେ ରାହୁଲ ଗାନ୍ଧୀ ଏ ବିଷୟରେ ବିସ୍ତୃତ ଭାବେ କହିବାକୁ ମନା କରି ଦେଇଛନ୍ତି।

Share