‘ମୋଦିଙ୍କ ଗ୍ୟାରେଣ୍ଟି, ୧ ବର୍ଷରେ ଯୁବକଙ୍କୁ ମିଳିବ…’

କେନ୍ଦ୍ରାପଡ଼ା,୨୭।୫: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିଜେଡି ଉପରେ ବର୍ଷିଛନ୍ତି। ବିଶ୍ବଶର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି, ଏ ରାଜ୍ୟକୁ ଯଦି ଭଲ ସରକାର ମିଳେ, ଓଡ଼ିଶା ୧ ନମ୍ବର ହୋଇପାରିବ। ଏବେ ଓଡ଼ିଶାର ହାଲତ କଣ ଅଛି ସମସ୍ତେ ଦେଖିପାରୁଥିବେ।

ରାଜ୍ୟରେ ୧ ଲକ୍ଷ ଚାକିରି ଖାଲିପଡ଼ିଛି, ଯୁବକଙ୍କୁ ଚାକିରି ମିଳୁନି। ନବୀନ ବାବୁ ଚାହିଁଥିଲେ, ୧ ବର୍ଷରେ ୧ ଲକ୍ଷ ଚାକିରି ଦେଇପାରିଥାନ୍ତେ। ଓଡ଼ିଶାରେ ଭାଜପା ସରକାର ଆସିଲେ ପ୍ରଥମ ବର୍ଷ ୧ ଲକ୍ଷ ଚାକିରି ମିଳିବ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ହିମନ୍ତ କହିଛନ୍ତି।

Share