Categories: ଜାତୀୟ

ପୁଟିନ୍‌ଙ୍କ ଅସ୍ତ୍ରବିରତି ପଛରେ ମୋଦିଙ୍କ ହାତ…

ନୂଆଦିଲ୍ଲୀ, ୫।୩ : ରୁଷିଆ ୟୁକ୍ରେନ୍‌ର ମାରିଓପୋଲ ଏବଂ ଭଲଭୋନାଖାରେ ଅସ୍ତ୍ରବିରତି ଘୋଷଣା କରିଛି। ଗୋଟିଏ ଦିନ ପୂର୍ବରୁ ଅସ୍ତ୍ରବିରତି ଘୋଷଣା କରିବାକୁ ଭାରତ ଅନୁରୋଧ କରିଥିଲା। ଯାହା ଦ୍ୱାରା ପ୍ରାୟ ୩୦୦୦ ଭାରତୀୟ ନାଗରିକଙ୍କୁଏୟାର ଲିଫ୍ଟ କରାଯାଇପାରିବ।

ବିଶେଷକରି ପୂର୍ବ ୟୁକ୍ରେନର ଖାର୍କିଭ ଏବଂ ସୁମି ସହରରୁ, ଯେଉଁଠାରେ ଗୁଳି ବିନିମୟ ଏବଂ ଆକ୍ରମଣ ଯୋଗୁ କୌଣସି ବିଦେଶୀ ନାଗରିକଙ୍କୁ ସ୍ଥାନାନ୍ତର କରିବା ଅସମ୍ଭବ ଥିଲା। କିନ୍ତୁ ଗୋଟିଏ ଦିନ ପରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାବିକୁ ଗ୍ରହଣ କରି ଅସ୍ତ୍ରବିରତି ଘୋଷଣା କରିଛନ୍ତି।

ଫଳରେ ଭାରତ କୂଟନୀତି ସଫଳ ରହିଛି। ସାମୟିକ ଅସ୍ତ୍ରବିରତି ଘୋଷଣାକୁ ଶାନ୍ତି ଆଲୋଚନା ଦିଗରେ ଏକ ଭଲ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।

ରୁଷିଆ ଆକ୍ରମଣ ପୂର୍ବରୁ ଭାରତ ପକ୍ଷରୁ ଆଡଭାଇଜରୀ ଜାରି ହେବା ପରଠାରୁ ଇତିମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନ ଛାଡଛନ୍ତି। ୪୮ଟି ବିମାନରେ ପ୍ରାୟ ୧୦,୪୦୦ ଜଣ ଭାରତୀୟ ଏବଂ ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ପୂର୍ବ ୟୁକ୍ରେନର ଦ୍ୱନ୍ଦ୍ୱରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର କରିବା ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି।

ସେଥିମଧ୍ୟରୁ ଖାର୍କିଭରେ ପ୍ରାୟ ୩୦୦, ସୁମିରେ ୭୦୦ ରୁ ଅଧିକ ଏବଂ ଖାର୍କିଭ ଠାରୁ ପ୍ରାୟ 10 କିଲୋମିଟର ଦୂରରେ ଥିବା ପିସୋଚିନରେ ପ୍ରାୟ ୧୦୦୦ ଭାରତୀୟ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ପର୍ଯ୍ୟନ୍ତ ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ ସହ ଦୁଇଥର ଆଲୋଚନା କରିଛନ୍ତି। ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଦାବି କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ପୁରୀ, କିରେନ ରିଜିଜୁ, ଜେନେରାଲ ଭି.କେ ସିଂ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ୟୁକ୍ରେନ୍‌ର ପଡୋଶୀ ଦେଶରୁ ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି।

Share