ନ୍ୟୁଜିଲାଣ୍ଡରେ ମୋଦିଙ୍କ ‘ମନ୍‌ କି ବାତ୍‌’ ଶୁଣି ପୋଷ୍ଟରକୁ ଆଶୀର୍ବାଦ କଲେ ବୃଦ୍ଧା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ନ୍ୟୁୟର୍କ,୩୦ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ମନ୍‌ କି ବାତ୍‌’ର ୧୦୦ ତମ ଏପିସୋଡ୍‌ ପ୍ରଚାର କରିଛନ୍ତି। ଯାହା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍‌ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍‌ କି ବାତ୍‌’ ଶୁଣିବା ପାଇଁ ରାମ୍ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ।

ଏହି ବୃଦ୍ଧା ଜଣକ ମୋଦିଙ୍କୁ ଆଶୀର୍ବାଦ ଦେଇଛନ୍ତି। ଅକଲାଣ୍ଡରେ ମୋଦିଙ୍କ ‘ମନ କି ବାତ୍‌’ ଶୁଣିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଭାରତୀୟ ଏବଂ ଅନ୍ୟାନ୍ୟ  ଲୋକ ଯୋଗ ଦେଇଥିଲେ। ଏଥିରେ ରାମ୍ବେନ ମଧ୍ୟ ସାମିଲ ହୋଇ ଏହି କାର୍ଯ୍ୟକ୍ରମ ଶୁଣିବା ପରେ ମୋଦିଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କହିରଖୁଛୁ, ଏହି କାର୍ଯ୍ୟକ୍ରମ ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ସିଧା ପ୍ରସାରଣ କରାଯାଇଥିଲା। ୨୨ଟି ଭାରତୀୟ ଭାଷା ଏବଂ ୨୯ଟି ଉପଭାଷା ବ୍ୟତୀତ ‘ମନ୍‌ କି ବାତ୍‌’ ୧୧ଟି ବିଦେଶୀ ଭାଷାରେ ଫରାସୀ, ଚାଇନିଜ, ଇଣ୍ଡୋନେସିଆ, ତିବ୍ଦତୀୟ, ବର୍ମା, ବାଲୁଚି, ଆରବୀ, ପାଶ୍ଟୁ, ଫାର୍ସି, ଦାରି ଏବଂ ସ୍ବାହିଲ ସହିତ ପ୍ରସାରିତ ହୋଇଛି। ‘ମନ କି ବାତ୍‌’ ଅଲ୍‌ ଇଣ୍ଡିଆ ରେଡିଓର ୫୦୦ ରୁ ଅଧିକ ପ୍ରସାରଣ କେନ୍ଦ୍ର ଦ୍ୱାରା ପ୍ରସାରିତ ହୋଇଥିଲା। ଏଥିସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ନ୍ୟୁଜର୍ସିରେ ମୋଦିଙ୍କ ‘ମନ୍‌ କି ବାତ୍‌’ ଶୁଣିଛନ୍ତି।

Share