Categories: ଜାତୀୟ

ଆଜି ପ୍ରଚାରିତ ହେବ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ, ବିଶେଷ କାରଣ ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ହେବ ପ୍ରଚାରିତ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୧୮ ଜୁନରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଜୁନ ୧୮ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ଏହି କାର୍ଯ୍ୟକ୍ରମର ଏହା ହେଉଛି ୧୦୨ ତମ ଅଧ୍ୟାୟ। ପ୍ରତିଥର ପରି ଏହା ସକାଳ ୧୧ଟାରେ ପ୍ରଚାରିତ ହେବ। ପ୍ରତିମାସର ଶେଷ ରବିବାର ଏହା ପ୍ରଚାରିତ ହେଉଥିବା ବେଳେ ଏବେ ଏହା ବିଶେଷ କାରଣ ଯୋଗୁ ମାସର ମଧ୍ୟଭାଗରେ ପ୍ରଚାରିତ ହେଉଛି।

ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଉଛନ୍ତି। ଏହି କାରଣରୁ ମନ କି ବାତ କାର୍ଯ୍ୟକ୍ରମ ଏକ ସପ୍ତାହ ପୂର୍ବରୁ ବ୍ରଡକାଷ୍ଟ ହେବାକୁ ଯାଉଛି। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ଏହାର ୧୦୦ତମ ପର୍ଯ୍ୟାୟ ସମାପ୍ତ କରିଛି, ଯାହା କେବଳ ଦେଶରେ ନୁହେଁ ୨୬ଏପ୍ରିଲରେ ଅନ୍ୟ ଦେଶରେ ମଧ୍ୟ ପ୍ରସାରିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ସିଧା ପ୍ରସାରଣ କରାଯାଇଥିଲା।

Share