କରୋନା ବିରୋଧରେ ମୋଦିଙ୍କ ଜନ ଆନ୍ଦୋଳନ: ଲଢ଼େଇ ପାଇଁ ହେବା ଏକଜୁଟ

ନୂଆଦିଲ୍ଲୀ, ୮।୧୦: କରୋନା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁୁରୁବାର ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ମୋଦି ଟୁଇଟ୍‌ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, କରୋନା ଲଢ଼େଇରେ ଏକଜୁଟ ହେବାର ଆବଶ୍ୟକତା ରହିଛି। ଆଗକୁ ଆସୁଥିବା ପାର୍ବଣ ଋତୁ, ଶୀତଦିନ ଏବଂ ଅର୍ଥ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କିଭଳି ଦେଶକୁ ଆଗକୁ ବଢ଼ାଇବାକୁ ହେବ ସେ ନେଇ ମୋଦି ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମାସ୍କ୍‌ ପିନ୍ଧିବା ଲାଗି ଲୋକଙ୍କୁ କହିଛନ୍ତି। ସେହିପରି ନିୟମିତ ସମୟ ଅନ୍ତରରେ ହାତ ଧୋଇବା ସହିତ ସାମାଜିକ ଦୂରତା ଅବଲମ୍ବନ କରି ଦୁଇଗଜ ଦୂରତା ନିୟମ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତିି। ମିଳିତ ଭାବେ ଲଢ଼େଇ କରି ଆମେ ସଫଳ ହେବା ସହିତ କରୋନ ବିରୋଧରେ ବିଜୟ ହାସଲ କରି ପାରିବା ବୋଲି ସେ କହିଛନ୍ତି।

Share