Posted inଜାତୀୟ

ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ: କପୂର୍ରୀଙ୍କୁ ଭାରତ ରତ୍ନ ଘୋଷଣା କରି ଇଣ୍ଡିଆ ସମ୍ମୁଖରେ ଖେଳିଲେ ପଛୁଆବର୍ଗ କାର୍ଡ…

ନୂଆଦିଲ୍ଲୀ,୨୩।୧ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଚଳିତ ବର୍ଷ ମରୋଣପରାନ୍ତ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି। କର୍ପୁରୀ ଠାକୁର ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ଏବଂ ଥରେ ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ଦଳିତ ତଥା ପଛୁଆ ବର୍ଗର ସ୍ବାର୍ଥ ରକ୍ଷା କରିବା ପାଇଁ ଜଣାଶୁଣା ଥିଲେ। ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ‘ଭାରତ ରତ୍ନ’ ଘୋଷଣା କରି ଭାରତୀୟ ଜନତା ପାର୍ଟି ବିରୋଧୀ ଇଣ୍ଡିଆକୁ ବିବ୍ରତ କରିଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ‘ମାଷ୍ଟର ଷ୍ଟ୍ରୋକ’ ଭାବେ ବିବେଚନା କରାଯାଉଛି।

କର୍ପୂରୀ ଠାକୁରଙ୍କୁ ‘ଭାରତ ରତ୍ନ’ର ପରବର୍ତ୍ତୀ ପୁରସ୍କାର ଘୋଷଣା କରି ମୋଦି ସରକାର ବିହାର ସିଏମ ନୀତୀଶ କୁମାରଙ୍କ ଇବିସି (ଅତ୍ୟଧିକ ପଛୁଆ ଶ୍ରେଣୀ) କାର୍ଡରେ ମଧ୍ୟ ଏକ ବଡ଼ ବାଜି ଖେଳିଛନ୍ତି। ଏପରି ପରିସ୍ଥିତିରେ, ୨୦୨୪ ଲଢ଼େଇ ପୂର୍ବରୁ, ଓବିସି ବର୍ଗର ‘ସହୃଦୟ ବ୍ୟକ୍ତି’ ବିଷୟରେ ମଧ୍ୟ ଏକ ବିତର୍କ ଆରମ୍ଭ ହୋଇଛି।

ବିହାର ସିଏମ ନୀତୀଶ କୁମାର ଅନେକ ଥର କର୍ପୂରୀ ଠାକୁରଙ୍କ ପାଇଁ ‘ଭାରତ ରତ୍ନ’ ଦାବି କରିଛନ୍ତି। କର୍ପୂରୀ ଠାକୁରଙ୍କ ପାଇଁ ‘ଭାରତ ରତ୍ନ’ର ଘୋଷଣାକୁ ଇଣ୍ଡିଆ ବିରୋଧରେ ଭାଜପାର ମାଷ୍ଟରଷ୍ଟ୍ରୋକ ଭାବରେ ବିବେଚନା କରାଯାଉଛି।

ବାସ୍ତବରେ, ବୁଧବାର (ଜାନୁଆରୀ ୨୪) ହେଉଛି ବିହାରର ’୨ନନାୟକ’ କର୍ପୂରୀ ଠାକୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ। ଏହାର ଠିକ ପୂର୍ବରୁ ମୋଦି ସରକାର ‘ଭାରତ ରତ୍ନ’ ପାଇଁ ତାଙ୍କ ନାମ ଘୋଷଣା କରିଛନ୍ତି। ସମସ୍ୟା ହେଉଛି ଭାଜପାକୁ କୋଣଠେସା କରିବା ପାଇଁ ଇଣ୍ଡିଆରକୌଣସି ସହଯୋଗୀଦଳ ଏହି ଘୋଷଣାକୁ ବିରୋଧ କରିପାରିବେ ନାହିଁ। ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ ଏହା କେବେ କରିବେ ନାହିଁ। ଯଦି ସେମାନେ ମୋଦି ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରନ୍ତି, ତେବେ ତାଙ୍କୁ ନିର୍ବାଚନ ପୂର୍ବରୁ ଓବିସି ଭୋଟରଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri