Categories: ଜାତୀୟ

ବିଜୟ ପରେ ଜନତାଙ୍କୁ ମୋଦିଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୩।୧୨: ପାଞ୍ଚଟି ରାଜ୍ୟରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ମଧ୍ୟରୁ ୪ଟିର ଫଳାଫଳ ରବିବାର ଘୋଷଣା କରାଯିବ। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡର ନିର୍ବାଚନ ଟ୍ରେଣ୍ଡରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥି ସହିତ ତେଲଙ୍ଗାନାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି।
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡର ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଏକ ବାର୍ତ୍ତା ଲେଖି କହିଛନ୍ତି, ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ କେବଳ ଭଲ ଶାସନ ଏବଂ ବିକାଶ ରାଜନୀତିରେ ଭାରତର ଲୋକଙ୍କର ବିଶ୍ୱାସ ଅଛି, ସେମାନଙ୍କର ବିଶ୍ୱାସ ଭାଜପାରେ ଅଛି। ଦଳ ଉପରେ ସେମାନଙ୍କର ପ୍ରେମ, ବିଶ୍ୱାସ ଏବଂ ଆଶୀର୍ବାଦ ବର୍ଷୁ ଥିବାରୁ ମୁଁ ଏହି ସମସ୍ତ ରାଜ୍ୟର ପରିବାରବର୍ଗଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଜେନତାଙ୍କୁ ନିଶ୍ଚିତ କରୁଛି ଯେ ଆମେ ଆପଣଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିବୁ। ସେକହିଛନ୍ତି ଯେ ବିକଶିତ ଭାରତର ଲକ୍ଷ୍ୟ ନେଇ ଆମେ ଆଗକୁ ବଢୁଛୁ, ଆମକୁ ଅଟକାଇବାକୁ କିମ୍ବା କ୍ଳାନ୍ତ ହେବାକୁ ପଡିବ ନାହିଁ। ଆମକୁ ଭାରତକୁ ବିଜୟୀ କରିବାକୁ ପଡିବ।

Share