ଅହମ୍ମଦାବାଦ,୧୩ା୮: ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍। ଶନିବାର ଗୁଜରାଟର ଅହମ୍ମଦାବାଦର ଗାନ୍ଧିନଗରସ୍ଥିତ ତାଙ୍କ ବାସଭବନ ନିକଟରେ କିଛି ସ୍କୁଲ ପିଲାଙ୍କୁ ଜାତୀୟ ପତାକା ବାଣ୍ଟିଛନ୍ତି। ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତିନି ଦିନିଆ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର ରାଜଧାନୀର ଶିଶୁ ବିଶ୍ୱବିଦ୍ୟାଳୟରେ ସେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପତାକା ଉତ୍ତୋଳନ କରିଥିଲେ। ଏହି ଅଭିଯାନରେ ହୀରାବେନ୍ ସାମିଲ ହୋଇ ତାଙ୍କ ବାସଭବନରେ ପିଲାମାନଙ୍କୁ ଜାତୀୟ ପତାକା ବାଣ୍ଟିବା ସହ ଉଡ଼ାଇଥିଲେ।
PM’s 100 years old mother Hiraba with national flag in Gandhinagar, Gujarat today. She distributed flags among children and also placed one at own residence. pic.twitter.com/aM9P8Cr1s7
— DeshGujarat (@DeshGujarat) August 13, 2022
ସୂଚନାନୁଯାୟୀ, ‘ଅମୃତ ମହୋତ୍ସବ’ ଅବସରରେ ଅଗଷ୍ଟ ୧୩ରୁ୧୫ ଯାଏ ଦେଶର ପ୍ରତି ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଏହି କଥାକୁ ମଧ୍ୟ ତାଙ୍କ ମା’ ପାଳନ କରିଛନ୍ତି।