ଏହି କଷ୍ଟ ସମୟରେ ଭଗବାନ ପ୍ରଧାନମନ୍ତ୍ରୀଙ୍କୁ ଧୌର୍ଯ୍ୟ ଦିଅନ୍ତୁ: କଙ୍ଗନା

ମୁମ୍ବାଇ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ମୋଦିଙ୍କର ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ମଙ୍ଗଳବାର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ହୀରାବେନଙ୍କୁ ଅହମ୍ମଦାବାଦସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ୧୦୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହୀରାବେନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମୋଦି ଏବଂ ମା’ ହୀରାବେନଙ୍କ ଫଟୋ ଶେୟାର କରି କଙ୍ଗନା ଲେଖିଛନ୍ତି, ଭଗବାନ ଏହି କଷ୍ଟ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଧୌର୍ଯ୍ୟ ଏବଂ ଶାନ୍ତି ଦିଅନ୍ତୁ।

Share