Categories: ଜାତୀୟ

ମୋଦିଙ୍କ ନୂଆବର୍ଷ ଭେଟି: ଜମ୍ମୁ-କଶ୍ମୀରରେ ମାଗଣା ସ୍ବାସ୍ଥ୍ୟସେବା

ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ଦ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଲୋକଙ୍କୁ ଶନିବାର ନୂଆବର୍ଷ ଭେଟି ଦେଇଛନ୍ତି। ଏଣିକି ରାଜ୍ୟରେ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଫ୍ଲୋଟର ବେସିସ୍‌ରେ ପ୍ରତି ପରିବାରଙ୍କୁ ୫ ଲକ୍ଷ ଟଙ୍କାର କଭର ପ୍ରଦାନ କରାଯିବ। ମାଗଣା ସ୍ବାସ୍ଥ୍ୟସେବା ପାଇ୍ୟ ରାଜ୍ୟର ୨୨୯ ସରକାରୀ ଏବଂ ୩୫ଟି ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନୁସାରେ ତାଲିକାଭୁକ୍ତ ଯେ କୌଣସି ହସ୍ପିଟାଲରେ ଲୋକେ ମାଗଣାରେ ଚିକିତ୍ସା କରାଇ ପାରିବେ।

Share