‘ବିଶ୍ୱ ବିପର୍ଯ୍ୟୟକୁ ରୋକିପାରେ ମୋଦିଙ୍କ ମତ’

ଓ୍ବାଶିଂଟନ,୧୮ା୧୨: ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ନିର୍ଦ୍ଦେଶକ ବିଲ୍‌ ବର୍ନସ କହିଛନ୍ତି, ପରମାଣୁ ଅସ୍ତ୍ର ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତ ୟୁକ୍ରେନ ଯୁଦ୍ଧ ସମୟରେ ବିଶ୍ୱ ବିପର୍ଯ୍ୟୟକୁ ରୋକିପାରେ।

ସିଆଇଏ ମୁଖ୍ୟ କହିଛନ୍ତି, ୟୁକ୍ରେନ ଯୁଦ୍ଧ ମଧ୍ୟରେ ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ଚିନ୍ତା ରୁଷିଆ ଉପରେ ପଡିଛି। ୟୁକ୍ରେନ ସହିତ ଯୁଦ୍ଧରେ ରୁଷିଆର କୌଶଳ ପରମାଣୁ ଅସ୍ତ୍ର ବ୍ୟବହାର  ଯୋଜନା କରୁଥିବା ରୁଷିଆର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ।

ଏକ ସାକ୍ଷାତକାରରେ ବିଲ୍‌ କହିଛନ୍ତି, ‘ମୁଁ ଭାବୁଛି ଏହା ମଧ୍ୟ ଅତ୍ୟନ୍ତ ଉପଯୋଗୀ ଯେ, ଭାରତରେ ଶି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ଚିନ୍ତା ବଢ଼ାଇଛନ୍ତି। ଯାହାକି ରୁଷିଆ ଉପରେ ମଧ୍ୟ ପ୍ରଭାବ ପକାଉଛି। ପୁଟିନ ପରମାଣୁ ଆକ୍ରମଣର ଧମକ ଦେବା ପରେ  ମୋଦି ତାଙ୍କ ସହ କଥା ହୋଇଥିଲେ।

Share