Categories: ଜାତୀୟ

ଟ୍ରିବ୍ୟୁନାଲ ଓ୍ବେବସାଇଟ୍‌ରୁ ହଟିବ ମୋଦିଙ୍କ ଫଟୋ-ସରକାରୀ ସ୍ଲୋଗାନ୍‌…

ନୂଆଦିଲ୍ଲୀ,୨୫।୯: ଟ୍ରିବ୍ୟୁନାଲ ଓ୍ବେବସାଇଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସରକାରୀ ସ୍ଲୋଗାନ୍‌ ହଟାଇବା ଲାଗି ସୁପ୍ରିମ୍‌କୋର୍ଟ ନ୍ୟାଶନାଲ୍‌ ଇନଫରମେଟିକ୍ସ୍‌ ସେଣ୍ଟର(ଏନ୍‌ଆଇସି)କୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଆଇସି ଶୀର୍ଷକୋର୍ଟଙ୍କ ଅଫିସିଆଲ୍‌ ଡୋମେନ୍‌ ପରିଚାଳିତ କରିଥାନ୍ତି।

କୋର୍ଟଙ୍କ ଅଫିସିଆଲ ଇ-ମେଲ୍‌ ଫୁଟରରେ ମୋଦିଙ୍କ ଫଟୋ ସହିତ କେନ୍ଦ୍ର ସରକାରଙ୍କ ଟ୍ୟାଗ୍‌ ଲାଇନ୍‌ ମଧ୍ୟ ବ୍ୟବହାର କରାଯାଉଛି। ନିର୍ଦ୍ଦେଶ ପରେ ଏନ୍‌ଆଇସି ପ୍ରଧାନମନ୍ତ୍ରୀଙ୍କ ଫଟୋ ସ୍ଥାନରେ ସୁପ୍ରିମ୍‌କୋର୍ଟଙ୍କ ଫଟୋ ସ୍ଥାନୀତ କରିବ। ପ୍ରଧାନମନ୍ତ୍ରୀଙ୍କ ଫଟୋ ଏବଂ କେନ୍ଦ୍ର ସରକାରଙ୍କ ଟ୍ୟାଗ୍‌ ଲାଇନ ଦ୍ୱାରା ନ୍ୟାୟିକ ବ୍ୟବସ୍ଥାର ନିରପେକ୍ଷତା ଏବଂ ନିର୍ମଳ ଭାବମୂର୍ତ୍ତି ପ୍ରଭାବିତ ହେଉଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।

ନ୍ୟାୟିକ ବ୍ୟବସ୍ଥାକୁ ଭାରତୀୟ ସାମ୍ବିଧାନ ଅନୁସାରେ ସ୍ବାଧୀନତା ପ୍ରଦାନ କରାଯିବା ସହିତ ବିଭିନ୍ନ ମନ୍ତ୍ରଣାଳୟର ନିୟନ୍ତ୍ରଣ ଯେପରି ଶୀର୍ଷକୋର୍ଟଙ୍କ ଉପରେ ନ ରୁହେ ସେନେଇ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି।

Share