Posted inଜାତୀୟ

ମୋଦିଙ୍କ ଯୋଜନା ଗୁଜରାଟରେ ପ୍ରତ୍ୟାଖ୍ୟାତ

ଅହମ୍ମଦାବାଦ/ନୂଆଦିଲ୍ଲୀ,୧୨ା୮ : ଭାଜପା ଶାସିତ ଗୁଜରାଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ)କୁ ଶକ୍ତ ଝଟ୍‌କା ଲାଗିଛି। ଗୁଜରାଟ ଏହି ମହତ୍ତ୍ୱାକାଂକ୍ଷୀ ଶସ୍ୟ ବୀମା ଯୋଜନାକୁ ଅତ୍ୟଧିକ ପ୍ରିମିୟମ ବୋଝ ସୃଷ୍ଟିକାରୀ ଭାବେ ଅଭିହିତ କରି ପ୍ରତ୍ୟାଖ୍ୟାନ କରିଦେଇଛି। ପୂର୍ବରୁ ପଶ୍ଚିମବଙ୍ଗ, ବିହାର, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଝାଡ଼ଖଣ୍ଡ ପିଏମ୍‌ଏଫ୍‌ବିଓ୍ବାଇକୁ ମନା କରିଥିବାବେଳେ ଏବେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟ ଏଥିରୁ ଓହରିଯାଇଛି। ଫଳରେ ଉକ୍ତ ଯୋଜନାର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କେନ୍ଦ୍ର ସରକାରଙ୍କ ଏକ ବଡ଼ ବିଫଳତା ବୋଲି ପ୍ରକାଶ କରିଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ସୋମବାର ପିଏମ୍‌ଏଫ୍‌ବିଓ୍ବାଇର ବିକଳ୍ପ ଭାବେ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ କିଷାନ ସହାୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ରୂପାନି କହିଛନ୍ତି, ପିଏମ୍‌ଏଫ୍‌ବିଓ୍ବାଇର ପ୍ରିମିୟମ୍‌ ବାବଦକୁ ରାଜ୍ୟ ସରକାରଙ୍କ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଏହାର ବିକଳ୍ପ ସ୍ବରୂପ ନୂଆ ସ୍କିମ ଅଣାଯାଇଛି। ଏହା ଅଧୀନରେ ବର୍ତ୍ତମାନର ଖରିଫ ଋତୁରେ ମଧ୍ୟ ରାଜ୍ୟର ସମସ୍ତ ଚାଷୀ ଅନ୍ତର୍ଭୁକ୍ତ ହେବେ ଏବଂ ସେମାନଙ୍କୁ ଫସଲ ବୀମା ସୁବିଧା ମିଳିବ। ନୂଆ ଯୋଜନାରେ ଗୁଜରାଟର କୌଣସି ଚାଷୀଙ୍କୁ ଟଙ୍କାଟିଏ ମଧ୍ୟ ପ୍ରିମିୟମ୍‌ ଦେବାକୁ ପଡ଼ିବ ନାହିଁ। ଏଥିସକାଶେ ଚାଷୀଙ୍କୁ ପଞ୍ଜୀକରଣ ମଧ୍ୟ କରିବାକୁ ପଡ଼ିବ ନାହିଁ। ପାଣିପାଗଜନିତ ଅସୁବିଧା, ମରୁଡ଼ି, ବନ୍ୟା ଓ ଅସ୍ବାଭାବିକ ବର୍ଷାଜନିତ ଫସଲହାନିକୁ ବିଚାରକୁ ନିଆଯିବ। ପିଏମ୍‌ଏଫ୍‌ବିଓ୍ବାଇକୁ ବନ୍ଦ କରିବା ନେଇ ସେ କହିଛନ୍ତି, କେନ୍ଦ୍ରର ଏହି ଯୋଜନାରେ ରାଜ୍ୟ ରାଜକୋଷ ଉପରେ ବୋଝ ବଢ଼ିଛି। ଟେଣ୍ଡର ଅନୁଯାୟୀ ୪,୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବୋଝ ଗୁଜରାଟ ରାଜକୋଷକୁ ସହିବାକୁ ପଡ଼ିବ। ପିଏମ୍‌ଏଫ୍‌ବିଓ୍ବାଇ ଏକ ଭଲ ଯୋଜନା ହୋଇଥିଲେ ହେଁ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ପିଏମ୍‌ଏଫ୍‌ବିଓ୍ବାଇରେ ୧୫-୧୭ ଲକ୍ଷ ଚାଷୀ ସାମିଲ ହେଉଥିବାବେଳେ ରାଜ୍ୟର ନୂଆ ସ୍କିମରେ ୫୬ ଲକ୍ଷ କୃଷକ ସ୍ବତଃ ଅନ୍ତର୍ଭୁକ୍ତ ହେବେ। ୨୦୨୦ ଖରିଫ ଋତୁରେ ୪ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ସମସ୍ତ ଚାଷୀ ଏଥିରୁ ବୀମା ଦାବି କରିପାରିବେ। ୩୩%ରୁ ୬୦% ପର୍ଯ୍ୟନ୍ତ ଫସଲ ହାନି ହୋଇଥିଲେ ରାଜ୍ୟ ସରକାର ସେମାନଙ୍କୁ ହେକ୍ଟର ପିଛା ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେବେ। ସେହିପରି ୬୦%ରୁ ଅଧିକ ଫସଲ ହାନି ହୋଇଥିଲେ ୨୫ ହଜାର ଟଙ୍କା ସହାୟତା ଦିଆଯିବ। ଏହି ସହାୟତା ରାଶି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ଜରିଆରେ ପଠାଇ ଦିଆଯିବ ବୋଲି ରୂପାନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ହିଂସାରେ ପୀଡିତଙ୍କୁ ଭେଟିବେ ସୁପ୍ରିମକୋର୍ଟର ୫ ବିଚାରପତି, କଂଗ୍ରେସ କହିଲା…

ନୂଆଦିଲ୍ଲୀ,୧୯।୩: ମଙ୍ଗଳବାର କଂଗ୍ରେସ ସୁପ୍ରିମକୋର୍ଟର ଛଅ ଜଣ ବିଚାରପତିଙ୍କ ମଣିପୁର ଗସ୍ତ ନିଷ୍ପତ୍ତିକୁ ସ୍ବାଗତ କରିଛି। ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) କହିଛି ଯେ...

କେମିତି ତିଆରି ହୁଏ ଆଧାର କାର୍ଡ, କେଉଁମାନେ କରିପାରିବେନି ଆପ୍ଲାଏ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ନୂଆଦିଲ୍ଲୀ,୧୯।୩: ଆଧାର କାର୍ଡ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଅନନ୍ୟ ପରିଚୟ ପତ୍ର, ଯାହାର 12 ଅଙ୍କ ଏବଂ ବାର କୋଡରେ ଆପଣଙ୍କ...

ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ପରେ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି, ପୁରୁଣା ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ,୧୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ଦଳର ସଫଳ ପ୍ରତ୍ୟାବର୍ତ୍ତନ ଉପରେ ଖୁସି ପ୍ରକାଶ କରିଛନ୍ତି। ସେ...

PAN ପରେ ଏବେ Voter ID ସହ ଲିଙ୍କ ହେବ ଆଧାର

ନୂଆଦିଲ୍ଲୀ,୧୮।୩: ଆଧାର ଏବଂ ଭୋଟର ପରିଚୟପତ୍ର (EPIC)କୁ ଲିଙ୍କ କରିବାର ପଥ ପରିଷ୍କାର ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେଶର ନିର୍ବାଚନ କମିଶନ...

ଇଡି ଜେରା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଲଞ୍ଚ କରିବାକୁ ମିଳିଲା ଅନୁମତି

ପାଟନା,୧୮।୩: ମଙ୍ଗଳବାର ଲ୍ୟାଣ୍ଡ ଫର୍‌ ଜବ ଦୁର୍ନୀତି ମାମଲାରେ ଇଡି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ପଚରାଉଚରା କରିଥିଲା। ରାବ୍ରୀ ଦେବୀଙ୍କ ଝିଅ ମୀସା...

ହତ୍ୟାକାଣ୍ଡ ମାମଲାରେ ୪୪ ବର୍ଷ ପରେ ୩ ଙ୍କୁ ମୃତ୍ୟୁଦଣ୍ଡ, ରାୟ ଶୁଣି କାନ୍ଦି ପକାଇଲେ ଦୋଷୀ

ମୈନପୁରୀ,୧୮।୩: ଫିରୋଜାବାଦର ଜସରାଣାର ଦିହୁଲି ଗାଁରେ ନଭେମ୍ବର ୧୮, ୧୯୮୧ରେ ଘଟିଥିବା ୨୪ ଜଣ ଦଳିତଙ୍କ ଗଣହତ୍ୟା ଘଟଣାରେ ମଙ୍ଗଳବାର କୋର୍ଟ ତିନି ଜଣ ଦୋଷୀଙ୍କୁ...

ଅତି ସହଜ ଉପାୟରେ ଘରେ ବସି ଆଧାର କାର୍ଡରେ ନିଜ ଠିକଣା ବଦଳେଇପାରିବେ, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୧୮।୩: ଭାରତର ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ରହିଛି ଯେଉଁଥିରେ ଏକ 12-ଅଙ୍କ ବିଶିଷ୍ଟ ପରିଚୟପତ୍ର ରହିଛି। ଏଥିରେ, ବ୍ୟକ୍ତିଙ୍କ ବାୟୋମେଟ୍ରିକ ସୂଚନା, ନାମ,...

‘ମୁଁ ମୋଦିଙ୍କ ସହ ସହମତ’, ମହାକୁମ୍ଭକୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ସମର୍ଥନ କଲେ ରାହୁଲ

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦେଶରେ ଏକତାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image