Categories: ଜାତୀୟ

ପାକିସ୍ତାନ ଏୟାରସ୍ପେସ୍‌ ଦେଇ ଉଡିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ

ନୂଆଦିଲ୍ଲୀ,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆମେରିକା ଗସ୍ତରେ ଯାଇଛନ୍ତି। ଓ୍ବାଶିଂଟନ୍‌ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଏକ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ନନ୍‌ଷ୍ଟପ୍‌ ବିମାନ ଉଡାଣ ନୂଆଦିଲ୍ଲୀରୁ ଉଡାଣ ଭରିବା ପରେ ପାକିସ୍ତାନ ଏୟାର୍‌ ସ୍ପେସ୍‌(ବାୟୁକ୍ଷେତ୍ର) ଦେଇ ଯାଇଥିଲା। ଆଫଗାନିସ୍ତାନ ରାସ୍ତା ଦେଇ ନ ଯିବା ଲାଗି ମୋଦିଙ୍କ ବିମାନ ପାକିସ୍ତାନ ଉପର ଦେଇ ଉଡିଥିବା କୁହାଯାଉଛି। ଏଥିପାଇଁ ଭାରତ ପାକିସ୍ତାନକୁ ଅନୁମତି ଲୋଡିଥିଲା।

ପ୍ରକାଶ ଯେ, ସେପ୍ଟେମ୍ବର ୨୪ରେ ପ୍ରଥମ ଥର ପାଇଁ ବାଇଡେନ୍‌ଙ୍କ ସହ ବୈଠକରେ ମୋଦି ଯୋଗଦେବେ। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବ ବୋଲି ଆଶା କରାଯାଉଛି। ଏହାବ୍ୟତିତ ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ମଧ୍ୟ ଦୁଇ ନେତା ଆଲୋଚନା କରିପାରନ୍ତି। ଏହି ଆଲୋଚନା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ କରିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

Share