Posted inଜାତୀୟ

୪୬ ମିନିଟ ପାକିସ୍ତାନ ଏୟାରସ୍ପେଶରେ ରହିଲା ମୋଦିଙ୍କ ବିମାନ, ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୫।୮: ନିକଟ ଅତୀତରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡରୁ ନୂଆଦିଲ୍ଲୀ ଫେରୁଥିବା ବେଳେ ପାକିସ୍ତାନର ଏୟାରସ୍ପେଶ ବ୍ୟବହାର କରିଥିଲେ। ବିମାନ ଚଳାଚଳ ସମ୍ବନ୍ଧୀୟ ସୂତ୍ର ଶନିବାର ପାକିସ୍ତାନୀ ମିଡିଆ ଅର୍ଗାନାଇଜେଶନ ଜିଓ ନ୍ୟୁଜକୁ ଏହି ସୂଚନା ଦେଇଛି। ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ପିସିସିଏ) ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଯାଉଥିବା ଏକ ବିମାନ ପୋଲାଣ୍ଡରୁ ନୂଆଦିଲ୍ଲୀକୁ ଫେରୁଥିବା ବେଳେ ପାକିସ୍ତାନର ଆକାଶ ସୀମା ଦେଇ ଯାଇଥିଲା।

ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ସକାଳ ୧୦ଟା୧୫ରେ ପାକିସ୍ତାନୀ ଏୟରସ୍ପେଶରେ ପ୍ରବେଶ କରି ପାକିସ୍ତାନର ଆକାଶ ମାର୍ଗରେ ୪୬ ମିନିଟ ବିତାଇବା ପରେ ସକାଳ ପ୍ରା ୧୧ଟା ୦୧ରେ ଫେରି ଆସିଥିଲା। ସୂତ୍ରରୁ ପ୍ରକାଶ ଯେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିମାନ ଚିତ୍ରାଲ ଦେଇ ପାକିସ୍ତାନୀ ଆକାଣମାର୍ଗରେ ପ୍ରବେଶ କରି ଭାରତର ଅମୃତସରରେ ପ୍ରବେଶ କରିବା ପୂର୍ବରୁ ଇସଲାମାବାଦ ଏବଂ ଲାହୋରର ଏୟାର ସ୍ପେଶ ଅଞ୍ଚଳ ଦେଇ ଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ରାଜଧାନୀ କ୍ୱିଭକୁ ଯାଉଥିବାବେଳେ ପୋଲାଣ୍ଡର ରାଜଧାନୀ ୱାର୍ସକୁ ଯାଇଥିଲେ। କ୍ୱିଭରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୦୧୯ରେ ପାକିସ୍ତାନ ନାଗରିକ ବିମାନ ଉଡ଼ାଣ ପାଇଁ ସମସ୍ତ ବାୟୁ ସୀମା ପ୍ରତିବନ୍ଧକକୁ ହଟାଇ ଦେଇଥିଲା। ସେ ନିଜ ଅଞ୍ଚଳରେ ଏକ ପ୍ରମୁଖ ଗମନାଗମନ ଏୟାର କରିଡର ଖୋଲିଥିଲା। ଭାରତ ସହ ସାମରିକ ବିବାଦକୁ ଦୃଷ୍ଟିରେ ରଖି ପାକିସ୍ତାନ ଏହାର ଆକାଶ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା କଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏକ କନଭେନ ଉପରେ ଆତଙ୍କବାଦୀ ଆକ୍ରମଣରୁ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ତିରୁପତିର ପ୍ରସାଦ ବିବାଦ: କଡ଼ା ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି।...

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ...

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ,...

ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ଜଣେ ବିଚାରପତି, ସୁପ୍ରିମକୋର୍ଟ ଦେଲେ ଏହି କଡ଼ା ମନ୍ତବ୍ୟ

ବେଙ୍ଗାଲୁରୁ,୨୦ା୯: କର୍ନାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କର୍ନାଟକ ହାଇକୋର୍ଟର ଜଣେ ବିଚାରପତି...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri