Categories: ଜାତୀୟ

ଦିଲ୍ଲୀ ନୁହେଁ, ବେଙ୍ଗାଲୁରୁରେ ଅବତରଣ କରିବ ମୋଦିଙ୍କ ବିମାନ: ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଦେବେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତାଙ୍କର ଦୁଇ ଦେଶ ଗସ୍ତ ସମାପ୍ତ କରିବା ପରେ ଗ୍ରୀସରୁ ଦିଲ୍ଲୀ ନୁହେଁ, କର୍ନାଟକର ବେଙ୍ଗାଲୁରୁରେ ଅବତରଣ କରିବେ। ସେ ଚନ୍ଦ୍ରୟାନ-୩ ମିଶନରେ ଜଡିତ ଇସ୍ରୋ ଟିମ୍‌ର ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିନନ୍ଦନ ଜଣାଇବେ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ, ଯଦି ସମ୍ଭବ ତେବେ ସେ ବ୍ୟକ୍ତିଗତ ଭାବେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ଅଭିନନ୍ଦନ ଜଣାଇବେ। ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହାପରେ ସେ ଗ୍ରୀସ୍‌ ଯାଇଛନ୍ତି।

Share