Categories: ଜାତୀୟ

ଅମ଼୍ବାନୀ ଘର ବାହାଘର: ରାସ୍ତାସାରା ଲାଗିଛି ମୋଦିଙ୍କ ପୋଷ୍ଟର

ମୁମ଼୍ବାଇ, ୧୨।୦୭: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ଼୍ବାନୀ ଏବଂ ନୀତା ଅମ଼୍ବାନୀଙ୍କ ସାନପୁଅ ଅନନ୍ତ ଅମ଼୍ବାନୀ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମୁମ଼୍ବାଇର ଜିଓ ୱାଲର୍‌ଡ ସେଣ୍ଟରରେ ଅନନ୍ତ, ରାଧିକା ମର୍ଚ୍ଚାଣ୍ଟଙ୍କ ସହ ସାତଫେରା ନେବେ । ବିଶ଼୍ବର ବିଭିନ୍ନ କୋଣରୁ ସେଲିବ୍ରେଟିମାନେ ଏହି ବିବାହ ଉତ୍ସବରେ ସାମିଲ୍‌ ହେବେ । ତେଣୁ ଏହି ହାଇ-ପ୍ରୋଫାଇଲ୍‌ ବାହାଘରକୁ ନେଇ ଚର୍ଚ୍ଚା ଲାଗିରହିଛି ।

ମୁମ଼୍ବାଇର ବିବାହ ଭେନ୍ୟୁକୁ ଯିବାକୁ ଥିବା ରାସ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ମିଳିଥିବା ସୂଚନା ଅନୁସାରେ ଏହି ପୋଷ୍ଟର ଭାରତୀୟ ଜନତା ପାର୍ଟି ପକ୍ଷରୁ ଲଗାଯାଇଛି । ଅମ଼୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଜିଓ ୱାଲର୍‌ଡ ସେଣ୍ଟରର ରାସ୍ତାରେ ବିଭିନ୍ନ ପ୍ରକାରର ପୋଷ୍ଟର ଲଗାଯାଇଛି । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁମ଼୍ବାଇକୁ ହାର୍ଦ୍ଦିକ ସ଼୍ବାଗତ ବୋଲି ଏହି ପୋଷ୍ଟର ଗୁଡ଼ିକରେ ଉଲ୍ଲେଖ ରହିଛି ।

Share