Categories: ଜାତୀୟ

ବିଦେଶରୁ ଫେରି ମୋଦିଙ୍କ ପ୍ରଶ୍ନ, ଦେଶରେ କ’ଣ ଚାଲିଛି…

ନୂଆଦିଲ୍ଲୀ,୨୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଳମ୍ବିତ ରାତିରେ ତାଙ୍କ ବିଦେଶ ଗସ୍ତରୁ ଭାରତ ଫେରିଛନ୍ତି। ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ନେତାମାନଙ୍କୁ ଭାରତରେ କ’ଣ ଚାଲିଛି ବୋଲି ପଚାରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ବହୁ ନେତା ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନଡ୍ଡାଙ୍କୁ ଭାରତରେ କ‘ଣ ଚାଲିଛି ବୋଲି ପଚାରିଥିଲେ। ନଡ୍ଡା ତାଙ୍କୁ କହିଥିଲେ ଦଳର ନେତାମାନେ ତାଙ୍କ ସରକାରର ନଅ ବର୍ଷର ରିପୋର୍ଟ କାର୍ଡ ନେଇ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି ଏବଂ ଦେଶର ଲୋକମାନେ ଖୁସି ଅଛନ୍ତି।
ଭାଜପା ଏମପି ପରଭେଶ ବର୍ମା କହିଛନ୍ତି ଦେଶରେ କ‘ଣ ଚାଲିଛି ଏବଂ ଦଳର ଜନସମ୍ପର୍କ କାର୍ଯ୍ୟକ୍ରମ କିପରି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ପଚାରିଛନ୍ତି। ଏହାର ଉତ୍ତରରେ, ଆମେ ତାଙ୍କୁ ଏବିଷୟରେ ଜଣାଇଥିଲୁ।

Share