Categories: ଜାତୀୟ

ମୋଦିଙ୍କ ଲୁହ-ରାମଦାସଙ୍କ କବିତା ଦେଲା ବାଡ଼ ଡ଼େଇଁବାର ସଙ୍କେତ

ନୂଆଦିଲ୍ଲୀ,୯।୨: ରାଜ୍ୟ ସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ଙ୍କ କାର୍ଯ୍ୟକାଳ ଫେବୃୟାରୀ ୧୫ରେ ଶେଷ ହେଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସଭିଏଁ ଗୁଲାମ ନବୀଙ୍କୁ ତାଙ୍କର କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତିି। ସୋମବାର ମୋଦି ଗୁଲାମ ନବୀଙ୍କୁ ଭୁରି ପ୍ରଶଂସା କରିଥିବାବେଳେ ମଙ୍ଗଳବାର ତାଙ୍କ ପାଇଁ ଭାବ ବିହ୍ବଳ ହୋଇ କାନ୍ଦି ପକାଇଥିବା କୁହାଯାଉଛି। ମୋଦିଙ୍କ ଏଭଳି ଭାବାବେଗ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛିି। ସେହିପରି କେନ୍ଦ୍ର ସରକାରଙ୍କ ସହଯୋଗୀ ଥିବା ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆର ପ୍ରମୁଖ ରାଜ୍ୟ ସଭା ଏମ୍‌ପି ରାମଦାସ ଅଠାଓ୍ବଲେ ଗୁଲାମ ନବୀଙ୍କୁ ନେଇ ଏକ କବିତା ପଢ଼ି ଶୁୂଣାଇଥିଲେ। କବିତାରେ ପରୋକ୍ଷ ଭାବେ ଗୁଲାମନବୀଙ୍କୁ ଦଳ ବଦଳ ପାଇଁ ସଙ୍କେତ ଦିଆଯାଇଛି। କଂଗ୍ରେସ ଦ୍ୱାରା ରାଜ୍ୟ ସଭାକୁ ଗୁଲାମ ନବୀଙ୍କ ଫେରିବା ନିଶ୍ଚିତ ନୁହେଁ ବୋଲି ଚର୍ଚ୍ଚା ହେଉଛି। ତେବେ ରାମଦାସ କହିଛନ୍ତି ଯେ, ଗୁଲାମ ନବୀ ରାଜ୍ୟ ସଭାକୁ ଫେରିବା ଆବଶ୍ୟକ। କଂଗ୍ରେସ ନ ଆଣିଲେ ଏନ୍‌ଡ଼ିଏ ତାଙ୍କ୍‌ୁ ଆଣିବ ବୋଲି ସେ କହିଛନ୍ତି। କଂଗ୍ରେସରେ ଅଧ୍ୟକ୍ଷ ନିର୍ବାଚନ ନେଇ ଗୁଲାମ ନବୀଙ୍କ ସମେତ ୨୩ ଜଣିଆ ଅସନ୍ତୁଷ୍ଟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଥିଲେ। ଏହା ହାଇକମାଣ୍ଡ ଗୁଲାମ ନବୀଙ୍କ ଉପରେ ଆଉ ସେତେ ଖୁସି ନ ଥିବା ରାଜନୈତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି। ତେଣୁ ମୋଦିଙ୍କ ସମେତ ଅନ୍ୟ ନେତାମାନେ ଗୁଲାମ ନବୀଙ୍କ ପ୍ରଶଂସା କରିବାରେ ଲାଗିଥିବା କୁହାଯାଉଛି।

Share