Categories: ଜାତୀୟ

ଏନ୍‌ଡିଏ ଏମ୍‌ପିଙ୍କୁ ମୋଦିଙ୍କ ବିଜୟ ମନ୍ତ୍ର: ଗରିବଙ୍କ ପାଇଁ କାମ କର…

ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ଏମ୍‌ପିଙ୍କ ସହ ଏକ ସ୍ବତନ୍ତ୍ର ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏମ୍‌ପିମାନଙ୍କୁ ନିର୍ବାଚନରେ ବିଜୟର ମନ୍ତ୍ର ମଧ୍ୟ ଦେଇଛନ୍ତି। ଗରିବ ଲୋକଙ୍କ ପାଇଁ କାମ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ଏମ୍‌ପିଙ୍କୁ ପରାମର୍ଶ ଦେଇଥିଲେ। ଏହା ସହିତ ସେ ଆଗାମୀ ସମୟରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଉପରେ ଧ୍ୟାନ ଦେବାକୁ ମଧ୍ୟ କହିଥିଲେ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଜଣେ ଏମ୍‌ପି ଭାବରେ ଆମ ଭାଷାରେ ସଂଯମତା ରହିବା ଆବଶ୍ୟକ। ବିରୋଧୀ ଦଳ ଆପଣଙ୍କୁ ଉତ୍ତେଜିତ କରିବେ କିନ୍ତୁ ତୁମର ଭାଷା ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଯଦି ସେମାନେ ଏହା କରିପାରିବେ, ତେବେ ବିରୋଧୀ କୌଣସି ବିବାଦ ସୃଷ୍ଟି କରିବାର ସୁଯୋଗ ପାଇବେ ନାହିଁ। ତଥ୍ୟ ଆଧାରରେ ବିରୋଧୀ ଦଳର ମୁକାବିଲା କରିବାକୁ ପଡିବ।
ପ୍ରଧାନମନ୍ତ୍ରୀ ସମସ୍ତ ଏମ୍‌ପିଙ୍କୁ ସମାଜର ସମସ୍ତ ବିଭାଗ ପାଇଁ କାର୍ଯ୍ୟ କରିବାକୁ କହିଛନ୍ତି। ଏମ୍‌ପିମାନେ ନିଜ ନିଜ ଲୋକ ସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ଉଚିତ। ଆପଣଙ୍କର କାର୍ଯ୍ୟକୁ ପ୍ରଚାର-ପ୍ରସାର କରିବା ପାଇଁ ଏକ କଲ ସେଣ୍ଟର ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହାସହ ସମସ୍ତେ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ହେବା ଉଚିତ୍‌ ଯଦି କେହି ସୋସିଆଲ ମିଡିଆରେ ଅତ୍ୟଧିକ ସକ୍ରିୟ ନୁହଁନ୍ତି, ତେବେ ସେ କାହାର ସାହାଯ୍ୟ ମଧ୍ୟ ନେଇପାରିବେ। ବର୍ତ୍ତମାନ କୌଣସି ନୂତନ କାର୍ଯ୍ୟ କରିବା ପରିବର୍ତ୍ତେ, ଆପଣ ନିଜ କ୍ଷେତ୍ରରେ ଏପର୍ଯ୍ୟନ୍ତ ଯାହା କରିଛନ୍ତି ତାହା ପ୍ରଚାର କରନ୍ତୁ।

Share