Posted inଜାତୀୟ

ପ୍ରବଳ ବର୍ଷା ଯୋଗୁ ମୋଦିଙ୍କ ପୁଣେ ଗସ୍ତ ବର୍ଷା ବାତିଲ୍‌

ନୂଆଦିଲ୍ଲୀ,୨୬।୯: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଣେ ଗସ୍ତ ବାତିଲ ହୋଇଛି। ମହାରାଷ୍ଟ୍ରର ଅନେକ ସହରରେ ପ୍ରବଳ ବର୍ଷା ହେତୁ ପରିସ୍ଥିତି ଚିନ୍ତାର କାରଣ ହୋଇଛି। ରାସ୍ତାରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ପୁଣେ ମେଟ୍ରୋ ଟ୍ରେନର ଉଦଘାଟନ କରିବା ସହିତ ସେ ୨୨,୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବାକୁ ଯାଉଥିଲେ। ତେବେ ବର୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ତାଙ୍କର ଗସ୍ତ ବାତିଲ ହୋଇଛି।
ପ୍ରବଳ ବର୍ଷା ହେତୁ ପୁଣେ ଏବଂ ପିମ୍ପ୍ରି ଚିଞ୍ଚୱାଡରେ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ଚେତାବନୀକୁ ଗମ୍ଭୀରତାର ସହ ନେବାକୁ ମୁମ୍ବାଇ ପୋଲିସ ଲୋକଙ୍କୁ ନିବେଦନ କରିଛି। ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ହେତୁ ଗୋଭଣ୍ଡି-ମାନଖର୍ଡ ମଧ୍ୟରେ ଚାଲୁଥିବା ମୁମ୍ବାଇ ସ୍ଥାନୀୟ ଟ୍ରେନର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ପୁଣେ ଜିଲ୍ଲା ପାଇଁ ଆଇଏମଡି କମଳା ଆଲର୍ଟ ଜାରି କରିଛି। ନାଗରିକମାନଙ୍କୁ ଅନାବଶ୍ୟକ ଭାବରେ ଘରୁ ବାହାରକୁ ନ ଯିବାକୁ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ’ଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରିବା ନିଷ୍ଠୁରତା, ମହିଳାଙ୍କୁ ଛାଡ଼ପତ୍ର ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ,୧୪ା୧୧: ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଚାକିରି ଛାଡି ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବାକୁ ବାଧ୍ୟ କରିବା ନିଷ୍ଠୁରତା ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି। ଏଥିସହିତ...

ନାମକୁ ଝାଡଖଣ୍ଡ ନିର୍ବାଚନ, ଟାର୍ଗେଟରେ ବିହାର

ନୂଆଦିଲ୍ଲୀ,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ଜାମୁଇ ଗସ୍ତ କରିଥିଲେ। ଯେଉଁଠାରେ ସେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ସମାଜର ଭଗବାନ କୁହାଯାଉଥିବା...

କୋଟିଏ କି ୨ କୋଟି ନୁହେଁ, ଦାମ୍‌ ୨୩ କୋଟି; ଦିନକୁ ୨ ହଜାର ଟଙ୍କାର ଡ୍ରାଏଫ୍ରୁଟ୍ସ ଖାଏ ଏହି ମଇଁଷି

ଜୟପୁର,୧୫।୧୧: ଚଳିତ ବର୍ଷ ରାଜସ୍ଥାନର ପୁଷ୍କର ମେଳାରେ ଆସୁଥିବା ଲୋକଙ୍କ ପାଇଁ ହରିୟାଣାର ଏକ ମଇଁଷି ଆକର୍ଷଣର କେନ୍ଦ୍ର ପାଲଟିଛି। ଗତ ବର୍ଷ ମଧ୍ୟ ଏଠାରେ...

ଖ୍ୟାତନାମା ବକ୍ସର ମାଇକ୍‌ ଟାଇସନ୍‌ କ’ଣ ମୁସଲମାନ? ୫ ହଜାର କୋଟି ରୋଜଗାର କରି ବି ହୋଇଛନ୍ତି ଦେବାଳିଆ, ଏବେ…

ନୂଆଦିଲ୍ଲୀ,୧୫।୧୧: ଦୁନିଆର ସର୍ବଶ୍ରେଷ୍ଠ ବକ୍ସରମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ମାଇକ ଟାଇସନ ୧୯ ବର୍ଷ ପରେ ବୃତ୍ତିଗତ ଭାବେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ। ନଭେମ୍ବର ୧୬ ରେ...

ମହାରାଷ୍ଟ୍ର ନିର୍ବାଚନ ପରେ ଚାଲିଯିବ ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଆସନ; ବଡ଼ ଦାବି କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ,୧୫ା୧୧: ଉତ୍ତରପ୍ରଦେଶର ୯ ଟି ଆସନରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ନେତାମାନଙ୍କ ମଧ୍ୟରେ ଆଲୋଚନା ସମାଲୋଚନା ତୀବ୍ର ହୋଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଦେଶରେ ଏହି ୩୧ ଜଣଙ୍କ ହେଲିକପ୍ଟର କେବେ ବି କରାଯାଏନି ଯାଞ୍ଚ, ନ ମାନିଲେ…

ନୂଆଦିଲ୍ଲୀ,୧୫।୧୧: ମହାରାଷ୍ଟ୍ର ନିର୍ବାଚନୀ ତାତି ମଧ୍ୟରେ ବିମାନ ଯାତ୍ରା ସମୟରେ କରାଯାଇଥିବା ଯାଞ୍ଚ ଏବେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି। ନିକଟରେ ଯେତେବେଳେ ଶିବସେନା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri