ଲଦାଖ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖର ଲେହ ଗସ୍ତର ଦୁଇ ଦିନ ପରେ ଚାଇନା ସୈନ୍ୟ ଗଲଓ୍ବାନ ଘାଟିରେ ଶିବିର ପକାଇଥିବା ଅଞ୍ଚଳରୁ ୨ କିମି ପଛକୁ ହଟିଯାଇଛନ୍ତି। ଦୀର୍ଘ ୨୦ ଦିନ ପରେ ଚାଇନା ସୈନ୍ୟ ପଛକୁ ହଟିଯାଇଥିବା କୁହାଯାଉଛି। ୧୫ ଜୁନ୍ରେ ହିଂସକ ସଂଘର୍ଷ ହେବା ପରେ ଏଭଳି ପ୍ରଥମ ଥର ପାଇଁ ଘଟିଛି। କେତେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏଡ଼େ ଖବର ପ୍ରକାଶିତ ହୋଇଛି। ମୋଦିଙ୍କ ଗସ୍ତ ପରେ ଚାଇନା ଛାନିଆରେ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେବା ପୂର୍ବରୁ ଏଭଳି କରିଛି। ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳଠାରେ ନିର୍ମାଣ କରାଯାଇଥିବା ତମ୍ବୁଗୁଡ଼ିକ ମଧ୍ୟ ଚାଇନା ସୈନ୍ୟ ଭାଙ୍ଗି ଦେଇଥିବା କୁହାଯାଉଛି। ଜୁନ୍ ୩୦ରେ ଭାରତ ଏବଂ ଚାଇନା ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ତେବେ ଏଥିରେ ସୁଫଳ ମିଳି ନ ଥିଲା।