ମୋହାଲି,୧୧।୫: ପଞ୍ଜାବ ମୋହାଲି ସ୍ଥିତ ଇଣ୍ଟଲିଜେନ୍ସ ଓ୍ବିଙ୍ଗ୍ ହେଡକ୍ୱାର୍ଟରରେ ରକେଟ ଲଞ୍ଚରରୁ ଆକ୍ରମଣ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଶାନ ସିଂହଙ୍କୁ ମଙ୍ଗଳବାର ଫରିଦକୋଟରୁ ଗିରଫ କରିଛି ପଞ୍ଜାବ ପୋଲିସ। ନିଶାନ ସିଂହ ଭାରତ-ପାକିସ୍ତାନ ବର୍ଡର ସୀମା ନିକଟସ୍ଥ ଗ୍ରାମ ଫରିଦକୋଟର ବୋଲି ଜଣାପଡ଼ିଛି। ମୋହାଲି ଓ ଫରିଦକୋଟ ପୋଲିସର ମିଳିତ ସହଯୋଗରେ ତାଙ୍କୁ ତରନତାରନର ଫରିଦକୋଟରୁ ଗିରଫ କରାଯାଇଛି। ଏହି ଷଡ଼ଯନ୍ତ୍ର ପଛରେ ତାଲିବାନର ହାତ ଥିବା କୁହାଯାଉଛି। କେବଳ ସେତିକି ନୁହେଁ ମୋହିଲି ରକେଟ ଲଞ୍ଚର ଆକ୍ରମଣ ମାମଲାରେ ପାକିସ୍ତାନରେ ଲୁଚିରହିଥିବା କୁଖ୍ୟାତ ଆତଙ୍କବାଦୀ ହରବିନ୍ଦର ସିଂହ ରିନ୍ଦାଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ପୋଲିସ ନିଶାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିପାରେ।