ଲାହୋର,୬ା୫: ମହମ୍ମଦ ଆମିରଙ୍କ ଲାଗି ଭିଜା ସମସ୍ୟା ଦେଖା ଦେଇଛି। ଫଳରେ ଆୟର୍ଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ଲାଗି ମଙ୍ଗଳବାର ପାକିସ୍ତାନ ଦଳ ସହିତ ଯିବାକୁ ନେଇ ସମସ୍ୟା ଦେଖାଦେଇଛି। ତାଙ୍କ ବ୍ୟତୀତ ଦଳର ଅନ୍ୟ ସମସ୍ତ ଖେଳାଳିଙ୍କୁ ଭିଜା ମିଳିଯାଇଛି।
୨୦୧୦ ସ୍ପଟ ଫିକ୍ସିଂ ସ୍କାଣ୍ଡାଲରେ ଜେଲ ଦଣ୍ଡ ଭୋଗିଥିବାରୁ ଭିଜା ମିଳିବାରେ ସମସ୍ୟା ହେଉଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ସମାନ ସମସ୍ୟା ୨୦୧୮ରେ ସାମ୍ନା କରିବାକୁ ପଡ଼ିଥିଲା। ସେତେବେଳେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ କରିଥିଲା ପାକିସ୍ତାନ। କିନ୍ତୁ ଆମିରଙ୍କୁ ସେତେବେଳ ଭିଜା ମିଳିଥିଲା। ତାଙ୍କୁ ହୁଏତ ଦିନେ ଅବା ଦୁଇ ଦିନ ମଧ୍ୟରେ ଭିଜା ମିଳିଯିବ ବୋଲି ପିସିବିର ଜଣେ ଅଫିସିଆ ଅଧିକାରୀ ପ୍ରକାଶ କରିଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମେ ୧୦ରେ ଖେଳାଯିବ। ଦଳ ଆହୁରି ମଧ୍ୟ ଇଂଲଣ୍ଡ ବିପକ୍ଷରେ ୪ଟି ମ୍ୟାଚ୍ ଖେଳିବ। ସୂଚନାଯୋଗ୍ୟ, ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଖେଳିବା ଲାଗି ଆମିର ଅବସରରୁ ଫେରିଥିଲେ।