ମନରେ ଦୃଢ ଇଚ୍ଛାଶକ୍ତି ଥିଲେ, କୌଣସି କାମ ଅସମ୍ଭବ ନୁହେଁ। କଠିନରୁ କଠିନ ପରିସ୍ଥିତି ବି ଲକ୍ଷ୍ୟରୁ ବିଚ୍ୟୁତି କରିପାରିବ ନାହିଁ। ମହମ୍ମଦ ଇକ୍ରମ୍ ହେଉଛନ୍ତି ଠିକ୍ ସେହିଭଳି ଜଣେ ବ୍ୟକ୍ତି। ଜନ୍ମରୁ ତାଙ୍କର ଦୁଇ ହାତ ନାହିଁ। କିନ୍ତୁ ତାଙ୍କୁ ସ୍ନୁକର ଖେଳ ବହୁତ ପସନ୍ଦ ଥିଲା, ଯେଉଁଥିରେକି ଦୁଇ ହାତର ବ୍ୟବହାର ହୁଏ। ହେଲେ ଦୁର୍ଭାଗ୍ୟବଶତଃ ତାଙ୍କର ହାତ ନ ଥିଲା। ନିଜର ଦୈନନ୍ଦିନ କାମ ବି ନିଜେ ଭଲରେ କରିପାରନ୍ତି ନାହିଁ। ଅଧିକାଂଶ ସମୟ ତାଙ୍କ ବାପା ତାଙ୍କୁ ସାହାଯ୍ୟ କରନ୍ତି। ତଥାପି ସେ ମନର ଇଚ୍ଛାକୁ ଦବେଇବାକୁ ଚାହିଁ ନ ଥିଲେ। ଆଉ ନିଜ ଥୋଡିରେ ସ୍ନୁକର ଖେଳିବା ଆରମ୍ଭ କରିଥିଲେ। ଅନେକ ଅଭ୍ୟାସ ପରେ ଏବେ ସେ ସ୍ନୁକର ଖେଳିବାରେ ପାରଙ୍ଗମ ହୋଇପାରିଛନ୍ତି। ଆଉ ପାଲଟିଛନ୍ତି ଥୋଡିରେ ସ୍ନୁକର ଖେଳୁଥିବା ପୃଥିବୀର ପ୍ରଥମ ବ୍ୟକ୍ତି।