ନୂଆଦିଲ୍ଲୀ,୬।୮: ଭାରତୀୟ ଦଳର ପୂର୍ବ ଅଲରାଉଣ୍ଡର ମହମ୍ମଦ କୈଫ ଦେଶର ଖ୍ୟାତନାମା କ୍ରିକେଟରଙ୍କ ମଧ୍ୟରୁ ଜଣେ। ସେ ଦଳ ପାଇଁ ଅନେକ ଶ୍ରେଷ୍ଠ ପାଳି ଖେଳିଛନ୍ତି। ବିଶେଷକରି ସେ ନିଜର ଫିଲ୍ଡିଂକୁ ନେଇ ପରିଚିତ ଥିଲେ। ଏବେ କ୍ରିକେଟରୁ ସେ ଦୂରେଇ ଯାଇଥିଲେ ହେଁ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେଥିରୁ ଗୋଟିଏ ହେଲା ତାଙ୍କର ଲଭ୍ ଲାଇଫ୍।
୨୦୧୧ରେ ପୂଜା ଯାଦବଙ୍କୁ ବିବାହ କରିଥିଲେ କୈଫ। ସେ ଜଣେ ସାମ୍ବାଦିକା ଥିବା ବେଳେ ଦିଲ୍ଲୀରେ କାମ କରୁଥିଲେ। ଉଭୟଙ୍କ ପ୍ରେମକାହାଣୀ ବେଶ ନିଆରା। ବନ୍ଧୁମାନଙ୍କ ଯୋଗୁ ପରସ୍ପରକୁ ଭେଟିଥିଲେ ସେମାନେ। ଏକ ପାର୍ଟିରେ କୈଫଙ୍କ ବନ୍ଧୁ ପୂଜାଙ୍କ ସହ ତାଙ୍କ ପରିଚୟ କରାଇ ଦେଇଥିଲେ। ପ୍ରଥମ ଦେଖାରୁ ପୂଜାଙ୍କୁ ପସନ୍ଦ କରିନେଇଥିଲେ କୈଫ। ତାଙ୍କୁ ଭେଟି ବେଶ୍ ଖୁସିରେ ରହୁଥିଲେ ସେ। ଏହି ସମୟରେ ଉଭୟଙ୍କର ବନ୍ଧୁତା ହୋଇଥିଲା। ଧିରେ ଧିରେ ସେମାନେ ପରସ୍ପରକୁ ଭେଟିଥିଲେ। ଶେଷରେ କୈଫଙ୍କ ପ୍ରେମରେ ପଡ଼ିଥିଲେ ପୂଜା। ଚାରି ବର୍ଷ ଧରି ସେମାନେ ପରସ୍ପରକୁ ଡେଟ୍ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।