ନୂଆଦିଲ୍ଲୀ,୭।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍ ଆରମ୍ଭ ପୂର୍ବରୁ ଜାତୀୟସଂଗୀତ ଗାନ ସମୟରେ ମହମ୍ମଦ ସିରାଜ ଭାବବିହ୍ବଳ ହୋଇଯାଇଥିଲେ। ଏହି ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାରତର ପୂର୍ବ କ୍ରିକେଟର ମହମ୍ମଦ କୈଫ ମଧ୍ୟ ତାଙ୍କର ଫଟୋ ଶେୟାର କରି ସିରାଜଙ୍କ ଦେଶଭକ୍ତିକୁ ସଲାମ। କିଛି ଲୋକ ଏହି ଫଟୋ ନିଶ୍ଚିତ ଦେଖନ୍ତୁ। ଏହାକୁ ମନେ ରଖନ୍ତୁ। ଏ ମହମ୍ମଦ ସିରାଜ। ତାଙ୍କ ପାଇଁ ଜାତୀୟ ସଙ୍ଗୀତର ମହତ୍ୱ ଅଧିକ ବୋଲି କହିଛନ୍ତି। କୈଫଙ୍କ ଏହି ଟୁଇଟ୍ରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି।
Even if there’s little or no crowd to cheer you on, no better motivation than playing for India. As a legend once said “You don’t play for the crowd, you play for the country.” 🇮🇳 #AUSvIND pic.twitter.com/qAwIyiUrSI
— Wasim Jaffer (@WasimJaffer14) January 7, 2021
ଅପରପକ୍ଷେ ଓ୍ବାସିମ୍ ଜାଫର ମଧ୍ୟ ସିରାଜଙ୍କୁ ସଲାମ। ପଡ଼ିଆରେ ପ୍ରଶଂସକ ନ ଥାଇ ବି ଭାରତ ପାଇଁ ଖେଳିବାଠାରୁ ବଡ ପ୍ରେରଣା ନାହିଁ। ଜଣେ ମହାନ ବ୍ୟକ୍ତି କହିଥିଲେ ଆପଣ ଦର୍ଶକମାନଙ୍କ ପାଇଁ ଖେଳନ୍ତି ନାହିଁ ବରଂ ଦେଶ ପାଇଁ ଖେଳନ୍ତି।
I just want certain people to remember this picture. He is #SirajMohammed and this is what the national anthem means to him pic.twitter.com/eJi9Xeww8E
— Mohammad Kaif (@MohammadKaif) January 7, 2021