ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି ହେଲେ ନିମ୍ନ ଅଦାଲତର ରାଏ ନେଇ ସ୍ଥଗିତାଦେଶ ସୁପ୍ରିମକୋର୍ଟ ଦେଇ ନାହାଁନ୍ତି। ଏନେଇ ବୁଧବାର କଂଗ୍ରେସ ସେଲଟରଛକସ୍ଥିତ କାର୍ଯ୍ୟାଳୟରେ କର୍ମୀଙ୍କୁ ନେଇ ବୈଠକ ସକାଳୁ ଜାରି ରହିଛି। ବୈଠକରେ ବରିଷ୍ଠ ଓ ସମସ୍ତ କର୍ମୀ ଉପସ୍ଥିତ ରହିଛନ୍ତି। ତେବେ ମହମ୍ମଦ ମୋକିମ ନିର୍ବାଚନ ଲଢ଼ି ପାରିବେନି ତାହା ସ୍ପଷ୍ଟ ହେବା ପରେ ଏବେ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା। ଏନେଇ ମହମ୍ମଦ ମୋକିମ କହିଛନ୍ତି, ଯେ କର୍ମୀଙ୍କୁ ନେଇ ଆଲୋଚନା କରାଯାଉଛି, ଏପରିକି ସୋଫିଆଙ୍କ ନାଁ କର୍ମୀ ପ୍ରସ୍ତାବ ଦେଉଛନ୍ତି, ଆଲୋଚନା ଜାରି ରହିବ ଏବଂ ସମସ୍ତ ବିଷୟରେ ପିସିସିଙ୍କୁ ଅବଗତ କରାଯିବ ପରେ ଯାହା ନିଷ୍ପତ୍ତି ରହିବ ତାହା ସମସ୍ତେ ଜାଣିବେ। ଆଇନଗତ ଯାହାକି ସମସ୍ୟା ରହିଛି, ତାକୁ ବିରୋଧୀ ଦଳ ରାଜନୀତିରେ ସମ୍ପୃକ୍ତ କରିଛି। ହେଲେ ମୋର ନ୍ୟାୟାଳୟ ଉପରେ ଭରସା ରହିଛି ଉପଯୁକ୍ତ ନ୍ୟାୟ ମିଳିବ। ସାଧାରଣ ଲୋକ ହିଁ ଜଣାଇବେ ଯେ କଟକ ପାଇଁ କିଏ ପ୍ରକୃତ ନେତା। ଦଳ ପାଇ ଶେଷନିଃଶ୍ୱାସ ତ୍ୟାଗ କରିବା ଯାଏ କାମ କରିବି।
ସୂଚନାଯୋଗ୍ୟ, ଓଡ଼ିଶା ରୁରାଲ୍‌ ହାଉସିଂ ଡେଭଲପ୍‌ମେଣ୍ଟ କର୍ପୋରେଶନ୍‌ (ଓଆର୍‌ଏଚ୍‌ଡିସି) ଋଣ ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍‌ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଇଥିବା ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ହଜାର ଟଙ୍କା ଜରିମାନା ରାୟ ବିରୋଧରେ ମୋକିମ୍‌ ସୁପ୍ରିମ କୋର୍ଟରେ କରିଥିବା ସ୍ପେଶିଆଲ୍‌ ଲିଭ୍‌ ପିଟିଶନ୍‌(ଏସ୍‌ଏଲ୍‌ପି) ଦାଖଲ କରିଥିଲେ। ଏହାର ଶୁଣାଣି କରି ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶେଷ ପର୍ଯ୍ୟନ୍ତ ଭିଜିଲାନ୍ସ ଅଦାଲତର ଦଣ୍ଡାଦେଶକୁ ଖାରଜ (ସସ୍‌ପେଣ୍ଡ) କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମୋକିମ୍‌ଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ୨୦୨୨ ସେପ୍ଟେମ୍ବର ୨୯ରେ ଦେଇଥିବା ଦଣ୍ଡାଦେଶକୁ ଗତ ୧୦ତାରିଖରେ ଓଡ଼ିଶା ହାଇକୋର୍ଟ କାଏମ୍‌ ରଖିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ମୋକିମ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ପ୍ରକାଶ ଯେ, ମେଟ୍ରୋ ବିଲଡର୍ସ ପକ୍ଷରୁ ଭୁବନେଶ୍ୱରରେ ୫୦ଟି ଫ୍ଲାଟ୍‌ ତିଆରି କରିବା ପାଇଁ ଓଆର୍‌ଏଚ୍‌ଡିସିରୁ ୨୦୦୦ ଅଗଷ୍ଟ ୨୮ ତାରିଖରେ ୧.୫୦କୋଟି ଟଙ୍କାର ଋଣ କରାଯାଇଥିଲା। ଓଆର୍‌ଏଚ୍‌ଡିସିର ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍‌ ଅଧିକାରୀ ବିନୋଦ କୁମାର ମେଟ୍ରୋ ବିଲ୍‌ଡର୍ସର ନଥିପତ୍ର ଠିକ୍‌ ରୂପେ ଯାଞ୍ଚ ନ କରି ବେଆଇନ ଭାବେ ଋଣ ଆବେଦନକୁ ମଞ୍ଜୁର କରିଥିଲେ। ଓଆର୍‌ଏଚ୍‌ଡିସିରୁ ମେଟ୍ରୋ ବିଲ୍‌ଡର୍ସକୁ ୩ଟି କିସ୍ତିରେ ମୋଟ ଋଣ ରାଶି ପ୍ରଦାନ କରାଯାଇଥିଲା। ପ୍ରଥମ କିସ୍ତିରେ ୧କୋଟି, ୨ୟ କିସ୍ତିରେ ୩୦ ଲକ୍ଷ ଓ ୩ୟ କିସ୍ତିରେ ୨୦ ଲକ୍ଷ ଟଙ୍କା ମେଟ୍ରୋ ବିଲଡର୍ସ ଋଣ ଗ୍ରହଣ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ମେଟ୍ରୋ ବିଲ୍‌ଡର୍ସ ପକ୍ଷରୁ ଋ଼ଣ ପରିଶୋଧ କରା ନ ଯିବାରୁ ୨୦୦୭ ଅକ୍ଟୋବର ୩୦ବେଳକୁ ଋଣ ପରିମାଣ ୬କୋଟି ୨୨ଲକ୍ଷ ୨୫ ହଜାରରେ ପହଞ୍ଚତ୍ଥିଲା। ଯଦ୍ଦ୍ବାରା ଓଆର୍‌ଏଚ୍‌ଡିସିକୁ ଏକ ବିରାଟ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଓଆର୍‌ଏଚ୍‌ଡିସି ପକ୍ଷରୁ ଏହି ଘଟଣାରେ ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, କମ୍ପାନୀ ସେକ୍ରେଟାରି ସ୍ମୃତିରଞ୍ଜନ ମହାପାତ୍ର, ମେଟ୍ରୋ ବିଲ୍‌ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ୍‌ ମୋକିମ୍‌, ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିଲା ସ୍କର୍ପିଓ, ଚାଲିଗଲା ୩ ଜୀବନ

କୁଆଁରମୁଣ୍ଡା,୨୬ା୪(ମହେନ୍ଦ୍ର କୁମାର ସାହୁ): ଝାଡ଼ଖଣ୍ଡ ରାଜ୍ୟ ଚତରାରେ ଶନିବାର ଏକ ସ୍କର୍ପିଓ ରାସ୍ତା ପାଶର୍‌ବରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସୁନ୍ଦରଗଡ଼...

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ...

ମିଳିଲାନି ମୃତ ଯୁବକଙ୍କ ପରିଚୟ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଶନିବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ସତ୍କାର କରିଛନ୍ତି । ଗତ ୨୧ତାରିଖ ବରଗଡ଼...

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ, ଅଂଶୁଘାତ ଅଭିଯୋଗ

ଦିଗପହଣ୍ଡି,୨୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥପୁର ବସଷ୍ଟାଣ୍ଡ ଛକ ରାସ୍ତା ଉପରେ ଜଣେ ବୃଦ୍ଧ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image