Categories: ଖେଳ

ପରାଜୟ ପରେ ଆଫଗାନିସ୍ତାନ ଅଧିନାୟକ ପଦ ଛାଡ଼ିଲେ ନବୀ

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଆଫଗାନିସ୍ତାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏହାକୁ ନେଇ ଦଳ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଶୁକ୍ରବାର ଅନ୍ତିମ ମ୍ୟାଚ୍‌ରେ ଆଫଗାନ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜିତ ହୋଇଛି। ଏହାପରେ ଦଳର ଅଧିନାୟକ ମହମ୍ମଦ ନବୀ ଟି୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଟୁଇଟରେ ଏନେଇ ପୋଷ୍ଟ କରି ସେ ସୂଚନା ଦେଇଛନ୍ତି।

ନବୀ ଲେଖିଛନ୍ତି, ଆମର ଟି୨୦ ବିଶ୍ୱକପ୍‌ରେ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଶଂସକ ଏବଂ ଆମ ଆଶା ଅନୁଯାୟୀ ଫଳାଫଳ ଆସିଲା ନାହିଁ। ଆମେ ଏହାକୁ ନେଇ ବହୁତ ନିରାଶ ହୋଇଛୁ। ଅଧିନାୟକଟିଏ କୌଣସି ବଡ ଟୁର୍ନାମେଣ୍ଟ ପାଇଁ ଚାହୁଁଥିବା ପ୍ରସ୍ତୁତି ଭଳି ଗତ ବର୍ଷେ ହେଲାଣି ଆମର ନ ଥିଲା। ଏହାଛଡ଼ା ଗତ କିଛିଗସ୍ତରେ ଟିମ୍‌ ପରିଚାଳନା ବିଭାଗ,ଚୟନକର୍ତ୍ତା ଏବଂ ମୁଁ ଗୋଟିଏ ଚିନ୍ତାଧାରାରେ ଆଗକୁ ବଢ଼ୁ ନ ଥିଲେ। ଏହାଦ୍ୱାରା ଦଳର ସନ୍ତୁଳନ ଉପରେ ପ୍ରଭାବ ପଡ଼ିଥିଲା। ଏସବୁକୁ ନେଇ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ମୁଁ ଘୋଷଣା କରୁଛି। ନିଜ ଦେଶ ଲାଗି ମୁଁ ଖେଳିବା ଜାରି ରଖିବି। ମୁଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି। ବର୍ଷା ସତ୍ତ୍ୱେ ଯେଉଁମାନେ ମଇଦାନକୁ ଆସିଥିଲେ। ଆପଣ ସମସ୍ତଙ୍କ ଭଲପାଇବା ଆମ ପାଇଁ ବହୁତ ଗୁରୁତ୍ୱ ରଖିଥାଏ ବୋଲି ସେ କହିଛନ୍ତି।

Share