Categories: ଖେଳ

ଚମକାଇଲା ବୁମ୍‌ରାଙ୍କ ବୋଲିଂ, କିଛି ବୁଝିବା ପୂର୍ବରୁ ବୋଲ୍ଡ ହେଲେ ରିଜଓ୍ବାନ-ଶାଦାବ…

ଅହମ୍ମଦାବାଦ,୧୪।୧୦: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମହାମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍‌ ମାତ୍ର ୧୯୧ ରନ୍‌ କରି ଅଲଆଉଟ୍‌ ହୋଇଛି। ମ୍ୟାଚ୍‌ରେ ଭାରତୀୟ ବୋଲିଂ ଆଗରେ ପାକିସ୍ତାନୀ ବ୍ୟାଟ୍ସମାନ୍‌ ଆଣ୍ଠେଇ ପଡ଼ିଥିବା ଦେଖାଯାଇଛି। ଗୋଟିଏ ପଟେ ବୁମ୍‌ରା ତ ଅନ୍ୟପଟେ କୁଲଦୀପ ଯାଦବ ଅଡୁଆ ବଢ଼ାଇଥିଲେ। ସେହିଭଳି ସିରାଜ, ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କାହାଠୁ କମ୍‌ ନ ଥିଲେ।

ଏସବୁ ମଧ୍ୟରେ ବିଶ୍ୱର ପ୍ରଭାବୀ ବୋଲରଙ୍କ ମଧ୍ୟରେ ଗଣା ହେଉଥିବା ବୁମ୍‌ରା ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ଙ୍କୁ ଏଭଳି ବୋଲ୍ଡ କରିଥିଲେ ଯେଭଳି ସେମାନଙ୍କୁ ବଲ୍‌ ଦେଖାଯାଇ ନ ଥିଲା। ମହମ୍ମଦ ରିଜଓ୍ବାନ ଏବଂ ଶାଦାବ ଖାନ୍‌ ମଧ୍ୟ କିଛି ବୁଝିବା ଆଗରୁ ଉଇକେଯ ହରାଇଥିଲେ।

ଦେଖନ୍ତୁ ଭିଡିଓ:

Share