ଦୁବାଇ,୭।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଟି-୨୦ ର଼୍ୟାଙ୍କିଙ୍ଗ୍ରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍ରେ ପାକିସ୍ତାନର ତାରକା ଖେଳାଳି ମହମ୍ମଦ ରିଜୱାନ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ନିଜ ଦଳର ଅଧିନାୟକ ବାବର ଆଜମଙ୍କୁ ଅତିକ୍ରମ କରି ରିଜୱାନ ଏହି ସ୍ଥାନ ହାସଲ କରିଛନ୍ତି।
ପାକିସ୍ତାନ ଅଧିନାୟକ ବାବର ଆଜାମ ୧୦୦୦ ଦିନରୁ ଅଧିକ ସମୟ ଧରି ଟି-୨୦ ର଼୍ୟାଙ୍କିଙ୍ଗ୍ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ରହିଥିଲେ। କିନ୍ତୁ ଅନ୍ତର୍ଜାତୀୟ ଟି-୨୦ ଶେଷ ୧୦ ଇନିଂସରେ ବାବର ମାତ୍ର ଦୁଇଟି ଅର୍ଦ୍ଧଶତକ ହାସଲ କରିପାରିଛନ୍ତି। ଏସିଆ କପ୍ର ତିନି ଇନିଂସରେ ବାବରଙ୍କ ବ୍ୟାଟିଂରେ ବିଫଳ ହୋଇଥିଲେ।
ଅନ୍ୟପକ୍ଷରେ ମହମ୍ମଦ ରିଜୱାନ ଏସିଆ କପରେ ଏକ ଭଲ ଖେଳ ପ୍ରଦର୍ଶନ କରିଛନ୍ତି। ଏସିଆ କପ୍ର ତିନି ଇନିଂସରେ ରିଜୱାନ ୧୯୨ ରନ ସଂଗ୍ରହ କରିଛନ୍ତି। ହଂକଂ ବିପକ୍ଷରେ ରିଜୱାନ ଅପରାଜିତ ୭୮ ରନ କରିଥିଲେ। ଏହା ପରେ ରିଜୱାନ ଭାରତ ବିପକ୍ଷରେ ୭୧ ସ୍କୋର କରିଥିଲେ। ର
ରିଜୱାନ ହେଉଛନ୍ତି ପାକିସ୍ତାନର ତୃତୀୟ ଖେଳାଳି ଯିଏ ଟି -୨୦ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ଏହାପୂର୍ବରୁ ମିସବା-ଉଲ-ହକ ଏବଂ ବାବର ଆଜାମ ଟି -୨୦ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୧୧୫୫ ଦିନ ପାଇଁ ଟି -୨୦ ର଼୍ୟାଙ୍କିଙ୍ଗରେ ବବର ଆଜମ ଏକ ନମ୍ବର ବ୍ୟାଟ୍ସମ୍ୟାନ ରହିଥିଲେ।