Categories: ଖେଳ

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଦଳରେ ପରିବର୍ତନ; ମହମ୍ମଦ ରିଜୱାନଙ୍କୁ ମିଳିଲା ଅଧିନାୟକ ପଦ

ନୂଆଦିଲ୍ଲୀ,୨୭ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଦଳରେ ବଡ ପରିବର୍ତନ କରିଛି। ବାବର ଦିନିକିଆ ଏବଂ ଟି୨୦ କ୍ରିକେଟରୁ ଅବସର ନେବା ପରେ ଏବେ ରିଜୱାନଙ୍କୁ ସୀମିତ ଓଭର ମୂଳବୀଲା ପାଇଁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆ ଗସ୍ତରୁ ରିଜୱାନ ତାଙ୍କର ଦାୟିତ୍ୱ ସମ୍ଭାଳିବେ। ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ ତିନୋଟି ଦିନିକିଆ ଏବଂ ତିନୋଟି ଟି୨୦ ମୁକାବିଲା ଖେଳିବ। ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ପିସିବି ଏହି ବଡ଼ ନିଷ୍ପତ୍ତି ନେଇଛି। ଅନ୍ୟପଟେ ଶାନ ମସୁଦ ଟେଷ୍ଟ ଟିମର ନେତୃତ୍ୱ ନେଉଛନ୍ତି।

ସେହିପରି ଅଲରାଉଣ୍ଡର ସଲମାନ ଅଲି ଆଘାଙ୍କୁ ସୀମିତ ଓଭର ପାଇଁ ପାକିସ୍ତାନ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି। ଖବରଦାତାଙ୍କ ସହିତ ଆଲୋଚନା କରି ପିସିବି ଚେୟାରମ୍ୟାନ ମୋହସିଂ ନଖବି କହିଛନ୍ତି, ଆମେ ଖେଳାଳି ମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବୁ, ଯାହା ସେମାନଙ୍କୁ ଆବଶ୍ୟକତା ରହିଛି।

ଖବରଦାତା ସମ୍ମିଳନୀରେ ନକଭି କହିଛନ୍ତି ଯେ ବୋର୍ଡ ବାବର ଆଜାମଙ୍କୁ ଅଧିନାୟକତ୍ୱ ଛାଡିବାକୁ ବାଧ୍ୟ କରି ନାହିଁ। ଏହା ବାବରଙ୍କର ନିଜସ୍ୱ ନିଷ୍ପତ୍ତି ଥିଲା ଏବଂ ସେ ଅଧିନାୟକତ୍ୱ ଛାଡି ନିଜ ଖେଳ ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ। ଆମେ ଆପଣଙ୍କୁ କହି ରଖୁଛୁ ଯେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ବାବର ଆଜାମ ଘୋଷଣା କରିଥିଲେ ଯେ ସେ ହ୍ୱାଇଟ ବଲ୍ କ୍ରିକେଟ୍ ରେ ଦଳର ଅଧିନାୟକତ୍ୱ ଛାଡ଼ିଛନ୍ତି। ମହମ୍ମଦ ରିଜୱାନ ପାକିସ୍ତାନ ପାଇଁ ୭୪ ଟି ଦିନିକିଆ ଏବଂ ୧୦୨ ଟି -୨୦ ମ୍ୟାଚ ଖେଳିଛନ୍ତି। ଏହି ସମୟରେ ସେ ୫୪୦୧ ରନ୍ ସ୍କୋର କରିଛନ୍ତି।

Share