Categories: ଖେଳ

ମ୍ୟାଚ୍‌ ମଝିରେ ନମାଜ ପଢ଼ିବାକୁ ଲାଗିଲେ ରିଜଓ୍ବାନ, ଭାଇରାଲ ହେଉଛି…

ହାଇଦ୍ରାବାଦ,୭।୧୦: ପାକିସ୍ତାନ କ୍ରିକେଟ ଟିମ୍‌ ବିଜୟରୁ ବିଶ୍ୱକପ୍‌ରେ ଯାତ୍ରା ଆରମ୍ଭ କରିଛି। ଶୁକ୍ରବାର ହାଇଦ୍ରାବାଦରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ଦଳ ପରାଜିତ କରିଛି। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଦଳର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନଙ୍କ ଭଲ ବ୍ୟାଟିଂ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ହେଲେ ସେ ନିଜ ବ୍ୟାଟିଂ ବ୍ୟତିତ ଆଉ କିଛି କାରଣ ଲାଗି ଚର୍ଚ୍ଚାକୁ ଆସିଛନ୍ତି। ସେ ମ୍ୟାଚ୍‌ ସମୟରେ ମଇଦାନରେ ଏଭଳି କିଛି କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା।
ମ୍ୟାଚ୍‌ରେ ଡ୍ରିଙ୍କ୍ସ ବ୍ରେକ୍‌ ସମୟରେ ପାକିସ୍ତାନ ଟିମ୍‌ର ସଦସ୍ୟମାନେ ପାଣି ପିଉଥିଲେ। ହେଲେ ରିଜଓ୍ବାନ ନିଜର ଉଇକେଟକିପିଂ ପ୍ୟାଡ, ଜୋତା ଆଦି ଓହ୍ଲାଇ ନମାଜ ପଢ଼ିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦେଖନ୍ତୁ ଭିଡିଓ:

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ରିଜଓ୍ବାନ ମଇଦାନ ମଝିରେ ନମାଜ ପଢ଼ିଛନ୍ତି। ୨୦୨୧ରେ ଟି୨୦ ବିଶ୍ୱକପ୍‌ ସମୟରେ ଭାରତ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ରିଜଓ୍ବାନ ଏଭଳି କରିଥିଲେ। ଏହି କାରଣରୁ ସେ ଚର୍ଚ୍ଚାକୁ ଆସିଥିଲେ।
Share