ନୂଆଦିଲ୍ଲୀ,୧୦।୧: ପାକିସ୍ତାନର କିଛି ବୋଲର୍ ବିଶ୍ୱ କ୍ରିକେଟ ଇତିହାସରେ ଚମକିଛନ୍ତି। ହେଲେ ଏଭଳି କେତେଜଣ ବୋଲର୍ ଅଛନ୍ତି ଯେଉଁମାନେ ଲଜ୍ଜାଜନକ ରେକର୍ଡ କରିଛନ୍ତି। ସେଭଳି ଜଣେ ଖେଳାଳି ହେଲେ ମହମ୍ମଦ ଶାମି।
୧୯ ବର୍ଷ ବୟସରେ କ୍ରିକେଟରେ ଡେବ୍ୟୁ କରିଥିଲେ ଶାମି। ପାକିସ୍ତାନ ପାଇଁ ସେ ୧୬ ବର୍ଷ ଯାଏ ଖେଳୁଥିଲେ। ଏହି ଲମ୍ବା କ୍ୟାରିୟରରେ ସେ ୩୬ ଟେଷ୍ଟ, ୮୭ ଦିନିକିଆ, ୧୩ ଅନ୍ତରାଷ୍ଟ୍ରୀୟ ଟି୨୦ ମ୍ୟାଚ୍ ଖେଳିଛନ୍ତି। ଏହି ସମୟରେ ସେ ନିଜର ବୋଲିଂ ଶୈଳୀକୁ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ବିଶେଷକରି ନିଜର ୟର୍କରକୁ ନେଇ ସେ ବେଶ୍ ପରିଚିତ ଥିଲେ। ହେଲେ ସେ ବହୁତ ଓ୍ବାଇଡ୍ ବଲ୍ ପକାଉଥିଲେ। ଏଭଳି ଏକ ଲଜ୍ଜାଜନକ ଘଟଣା ୨୦୦୪ରେ ଘଟିଥିଲା।
ଏସିଆ କପ୍ ସମୟରେ ଶାମିଙ୍କୁ ଗୋଟିଏ ଓଭରରେ ୬ଟି ବଦଳରେ ୧୭ଟି ବଲ୍ ପକାଇବାକୁ ପଡ଼ିଥିଲା। କାରଣ ଥିଲା ସେ ଓଭରରେ ୭ ଓ୍ବାଇଡ୍ ଏବଂ ୪ ନୋ-ବଲ୍ ପକାଇଥିଲେ। ଏଯାବତ ଏହା ଦିନିକିଆ ମ୍ୟାଚ୍ରେ ସବୁଠାରୁ ଲମ୍ବା ଓଭର ଭାବେ ପରିଗଣିତ ହେଉଛି। ତେବେ ଏହି ଓଭରରେ ଶାମି ମୋଟ ୨୨ ରନ୍ ମଧ୍ୟ ଦେଇଥିଲେ।
ଏଭଳି ଆରମ୍ଭ ସତ୍ତ୍ୱେ ଶାମି ପରବର୍ତ୍ତୀ ସମୟରେ ଭଲ ଖେଳିଥିଲେ। ସେ ୮.୨ ଉଇକେଟ ଖେଳି ୩୮ ରନ୍ ଦେଇ ୨ ଉଇକେଟ ହାସଲ କରିଥିଲେ।